ହଜିଲା ଜିନିଷ ଡାକିଲେ ମିଳେ ବୟାବାବାଙ୍କ ମହିମା, କାନଫୁଲ ଫେରିପାଇଲେ ମହିଳା

ରାଜ୍ୟ
Spread the love

ଝଙ୍କଡ଼ : କେନ୍ଦ୍ରାପଡ଼ାଜିଲ୍ଲା, ପାଟକୁରା, ଦଳନ୍ତା ଗ୍ରାମର ପ୍ରଭାକର ଜେନା ଙ୍କ ପତ୍ନୀ କଳ୍ପନା ଜେନା, ନିଜ ପରିବାର ସହିତ ଗତମାସ ପଚିଶ ତାରିଖ ଶନିବାର ଦିନ, ଝଙ୍କଡ଼ ସାରଳା ମନ୍ଦିରକୁ ମାଆଙ୍କ ଦର୍ଶନ ପାଇଁ ଆସିଥିଲେ l ମାତ୍ର ସେଠାରେ ସେ ପିନ୍ଧିଥିବା ଏକ ସୁନା କାନଫୁଲ ହଜିଯାଇଥିଲା l ବହୁତ ଖୋଜାଖୋଜି କରି ନ ପାଇବାରୁ ତାଙ୍କୁ ଜଣେ ମାଆଙ୍କ ପୂଜକ କହିଲେ, ତମେ ବାୟାବାବା ଙ୍କୁ ଡାକ, ମାନସିକ କଲେ, ଅବଶ୍ୟ ମିଳିଯିବ l ବାବା ଙ୍କୁ ମାନସିକ କରି ନିରାଶ ହୋଇ ଘରକୁ ଫେରିଯାଇଥିଲେ କଳ୍ପନା l

ହେଲେ ମା ସାରଳା ଙ୍କର ଓ ବାୟାବାବା ଙ୍କ ନିତ୍ୟପୂଜକ ବିଶ୍ୱରଞ୍ଜନ ରାଉଳ, ମନ୍ଦିରର ପାହାଚ ଉପରେ ସେହି କାନଫୁଲ ଟି ପାଇ, ମନ୍ଦିର ଅଫିସ ଓ ମନ୍ଦିର ପୋଲିସ ଫାଣ୍ଡି ରେ ଜଣାଇଥିଲେ ମଧ୍ୟ କେହି ଦାବିଦାର ଆସିନଥିଲେ l ବାବାଙ୍କ ଅଲୌକିକ ମହିମା l କିଛିଦିନ ମଧ୍ୟରେ ସେ ତାଙ୍କ ନନା ଙ୍କ ଠାରୁ ଖବର ପାଇ ଦୀର୍ଘ ସାତଦିନ ପରେ ଏଠାରେ ପହଞ୍ଚିବା ପରେ, ଆରପଟକ କାନଫୁଲ ଦେଖାଇବା ପରେ, ବିଶ୍ୱରଞ୍ଜନ ରାଉଳ ତାଙ୍କ ଦ୍ୱାରା ପ୍ରେରିତ ରାଜେଶ କୁମାର ଓ ଚନ୍ଦନ ସ୍ଥିତପ୍ରଜ୍ଞ ଙ୍କୁ ତାଙ୍କର ସୁନା କାନଫୁଲ କୁ ହସ୍ତାନ୍ତର କରିଥିଲେ l ଉଭୟ ବାୟାବାବା ଙ୍କ ନିକଟରେ ମାନସିକ ପୂର୍ଣ୍ଣ ହୋଇଥିବାରୁ, ପୂଜାର୍ଚ୍ଚନା କରି କାନଫୁଲ ନେଇ ଖୁସିମନରେ ଘରକୁ ଫେରିଯାଇଥିଲେ l ସୂଚନାଯୋଗ୍ୟ ସ୍ଥାନୀୟଅଞ୍ଚଳ ରେ ଯାହାର ଯାହା ହଜିଗଲେ ଥରେ ମାତ୍ର ବାୟାବାବା ଙ୍କୁ ଡାକିଦେଲେ, ହଜିଥିବା ଜିନିଷ ମିଳିଯିବାର ବହୁତ ନଜିର ରହିଛି l

Leave a Reply

Your email address will not be published. Required fields are marked *