ଚନ୍ଦନଯାତ୍ରା ମହୋତ୍ସବର ଅଷ୍ଟମସନ୍ଧ୍ୟାରେ ସୁଧାସାର ଭଜନ ମଞ୍ଚ

ମନୋରଞ୍ଜନ
Spread the love

ଝଙ୍କଡ଼ :  ଗତ ମେ ଦୁଇତାରିଖ ରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ, 2026 ର ଅଷ୍ଟମସନ୍ଧ୍ୟାରେ, ସାର୍ଥକଭକ୍ତି, ଜୟ ଜଗନ୍ନାଥ ଓ ସାର୍ଥକ ଟିଭି ର ଖ୍ୟାତନାମା କଳାକାର ମାନଙ୍କୁ ନେଇ ସୁଧାସାର ଭଜନ ସନ୍ଧ୍ୟା, ପରିବେଷଣ କରିଥିଲେ ବହୁ ମନଛୁଆଁ ଭକ୍ତିସଙ୍ଗୀତ ଉପସ୍ଥାପନ କରିଥିଲେ l ସଙ୍ଗୀତନିର୍ଦ୍ଦେଶକ ତଥା ପ୍ରଯୋଜକ ଶିବପ୍ରସାଦ ଦାଶ (ଶିବନନା ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ରଶ୍ମିରଞ୍ଜନ, ନିରଞ୍ଜନ, ପ୍ରିୟଙ୍କା, ଓ ପମି ପ୍ରମୁଖ ସୁମଧୁର ଭକ୍ତିସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ ଓ ଆନନ୍ଦିତ କରିଥିଲେ l ସଞ୍ଜୟ, ବିଶ୍ୱରଞ୍ଜନ, ପିଣ୍ଟୁ, କାଳିଆ ଓ ବାସୁଦେବ ବାଦ୍ୟଯନ୍ତ୍ର ପରିଚାଳନା କରି ସୁରଝଙ୍କାର ସୃଷ୍ଟିକରିଥିଲେ l

ପ୍ରାର୍ଥନା ଟିଭିର ସହକାରୀ ପ୍ରଯୋଜକ ଅଭିନନ୍ଦନ ଦାସ ଓ ବିଶିଷ୍ଟ କଥାକାର ଓ ସଂଳାପ ଲେଖକ ସରଣାରବିନ୍ଦ ଓଝା ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବାର୍ତ୍ତା ରଖିଥିଲେ lଏହି ଅବସରରେ ମହୋତ୍ସବ କମିଟି ର କର୍ମକର୍ତ୍ତା ଅନନ୍ତ ଚରଣ ରାଉଳ, ବିଶ୍ୱରଞ୍ଜନ ରାଉଳ, ମାଆଙ୍କ ପୂଜାପଣ୍ଡା ମହେନ୍ଦ୍ର କୁମାର ପଣ୍ଡା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ଚନ୍ଦନ ସିନ୍ଦୁର ଓ ମାଲ୍ୟାର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭଜନ ଆସର ସ୍ଥାନୀୟ ଅଞ୍ଚଳ ରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l

Leave a Reply

Your email address will not be published. Required fields are marked *