କଟକ : କଟକ ସଦର ଆୟତପୁର ପଞ୍ଚାୟତ ତରଫରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ – ୧ ଗ୍ରେଡ୍ ପାଇ ସଫଳତା ଆଣିଥିବା ଆୟତପୁର ନୋଡାଲ ହାଇସ୍କୁଲର ଛାତ୍ର ନିର୍ମାଲ୍ୟ ବେହେରା(୫୪୮) ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କନ୍ଦରପୁରର ଛାତ୍ରୀ ରିତୀପ୍ରଜ୍ଞା ବେହେରା(୫୫୭)ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ୱାର୍ଡ ସଭ୍ୟ ଗୋଲେଖ ବିହାରୀ ଲେଙ୍କାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ୱାର୍ଡ ସଭ୍ୟ ସଭ୍ୟା,ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇ ୨ ଜଣ ସଫଳ ଛାତ୍ର ଛାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସଭାରେ ଯୁବ ରାଜନୀତିଜ୍ଞ ସରପଞ୍ଚ ରାକେଶ ବେହେରା ଏ କୃତିତ୍ଵ ସମଗ୍ର ପଞ୍ଚାୟତର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ଅଭିମତ ରଖିବା ସହ ଅଭିଭାବକମାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ପ୍ରଦାନ କରିଥିଲେ । ୱାର୍ଡ ସଭ୍ୟ ରମେଶଚନ୍ଦ୍ର ପ୍ରଧାନ,ଚିତ୍ତରଂଜନ ଭୋଇ, ବୈଜୟନ୍ତି ବେହେରା,ଭିକାରୀ ବେହେରା,କେଶବ ଚନ୍ଦ୍ର ଦାସ,କୃଷ୍ଣଚନ୍ଦ୍ର ନନ୍ଦ,ବାସୁ ଖାନ୍,ଲକ୍ଷ୍ମୀଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
