ସ୍ନେହମୟୀଙ୍କ ହସ୍ତକ୍ଷେପ ଯୋଗୁଁ ଘରକୁ ଫେରିଲେ ବୃଦ୍ଧ ବାପା ମାଆ

ରାଜ୍ୟ
Spread the love

ଝଙ୍କଡ଼    :  ପାରିବାରିକ ମନମନାନ୍ତର ଓ ବାଦବିବାଦ ଯୋଗୁଁ ଘରଛାଡି, ପଡୋଶୀଙ୍କ ଙ୍କ ଘରେ ଆଶ୍ରୟ ନେଇଥିବା, ବୃଦ୍ଧ ପିତାମାତା, ବ୍ୟାସଫାଉଣ୍ଡେସନ ର ଅଧକ୍ଷା ତଥା ବରିଷ୍ଠ ନାଗରିକ ମାନଙ୍କର ସ୍ୱତନ୍ତ୍ର ସଭ୍ୟା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ହସ୍ତକ୍ଷେପ ଯୋଗୁଁ ଦୀର୍ଘ ପଚିଶଦିନ ପରେ ନିଜଘର କୁ ଫେରି ଆସିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଉଠିଛି l ଖବରଅନୁଯାଇ, ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ଅଧିନ ପିପଳମାଧବ ପଞ୍ଚାୟତ ର ଅଇରୀଗ୍ରାମର ବରିଷ୍ଠନାଗରିକ ବସନ୍ତ କୁମାର ସ୍ୱାଇଁ ଓ ତାଙ୍କର ସହଧର୍ମିଣୀ ନୟନାବାଳା ସ୍ୱାଇଁ ଙ୍କ ସହିତ ତାଙ୍କର ପୁଅ ଶିବପ୍ରସାଦ ସ୍ୱାଇଁ ଓ ବୋହୁ ଅଞ୍ଜଳି ସ୍ୱାଇଁ ଙ୍କ ମଧ୍ୟରେ ମନମନାନ୍ତର ଓ ବାଦବିବାଦ ଉପୁଜିବା କାରଣକୁ କେନ୍ଦ୍ରକରି, ବୃଦ୍ଧପିତା ଙ୍କ ପକ୍ଷରୁ ନ୍ୟାୟପାଇବା ପାଇଁ ତିର୍ତ୍ତୋଲଥାନା ଠାରୁ ପର୍ଯ୍ୟନ୍ତ ମାନ୍ୟବର ଅଦାଲତ ର ମଧ୍ୟ ଆଶ୍ରୟ ନେଇଥିଲେ l ତେବେ ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ଖବର ଜାଣିଲାପରେ ବ୍ୟାସଫାଉଣ୍ଡେସନ ର ସ୍ନେହମୟୀ ଆଚାର୍ଯ୍ୟ ତାଙ୍କ ଅନୁଷ୍ଠାନର କିଛିସଦସ୍ୟ, ସମାଜସେଵୀ ଓ ଗ୍ରାମବାସୀ ମାନଙ୍କୁ ନେଇ ସେଠାରେ ପହଞ୍ଚି ଆଲୋଚନା କରି ଆପୋଷ ସମାଧାନ କରିବାପରେ, ବୃଦ୍ଧ ପିତାମାତା ନିଜର ଭିଟାମାଟି କୁ ଫେରିଆସିଥିଲେ l ତେବେ ଆଲୋଚନାରେ ସ୍ଥାନୀୟ ମୁରବି ନୀଳମଣି ଶତପଥୀ, ଦେବେନ୍ଦ୍ର ସେଣ, ସମାଜସେଵୀ ଶରତ କୁମାର ଦାଶ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଫାଉଣ୍ଡେସନର ଉପଦେଷ୍ଟା ରମାକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ପାରିବାରିକ କଳହରୁ ଭାଙ୍ଗିଯାଇଥିବା ସମ୍ପର୍କ କୁ ଫେରାଇ ଆଣିଥିବା, ଦରଦୀହୃଦୟl ସ୍ନେହମୟୀ ଙ୍କର ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟଅଞ୍ଚଳ ରେ ତାଙ୍କର ଉଦ୍ୟମ କୁ ଉଚ୍ଚପ୍ରଶଂସନୀୟ ବୋଲି ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *