ଝଙ୍କଡ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଆଇନଜୀବି ରାଜକିଶୋର ବେହେରା ଆଜି ମହାନଦୀ ବନ୍ୟା ଦ୍ୱାରା ପ୍ରଭାବିତ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ତରଜଙ୍ଗା ପଂଚାୟତ କୋଟକଣା ଗ୍ରାମ ଆଦିବାସୀ ପଡା ଓ ତିର୍ତ୍ତୋଲ ର ଆଦିବାସୀ ପଡା ପରିଦର୍ଶନ କରିବା ସହ ବନ୍ୟା ପ୍ରପୀଡ଼ିତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଏଥି ସହିତ ସମସ୍ତ ବନ୍ୟା ବିପନ୍ନ ଙ୍କ ରନ୍ଧା ଖାଦ୍ୟ ଠିକ୍ ସମୟରେ ପହଞ୍ଚାଇବା, ସାପ କାମୁଡ଼ା ଇଞ୍ଜେକ୍ସନ ଆବଶ୍ୟକ ମୁତାବକ ରଖିବା, ଗାଈ ଗୋରୁ ଙ୍କ ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ସୁଯୋଗ ମିଳୁଛି କି ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଆଲୋଚନା କରିଥିଲେ । ଏହି ବନ୍ୟା ପ୍ରପୀଡ଼ିତ ଜନସାଧାରଣ ଙ୍କ ନିକଟ ରେ ମଶାରି ନ ଥିବା ସମ୍ପର୍କରେ ଅବଗତ ହେବା ପରେ ସେ ଏହି ବନ୍ୟା ପ୍ରପୀଡ଼ିତ ମାନଙ୍କୁ ମଶାରି ଯୋଗାଇଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ବିଡିଓଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ l
ତିର୍ତ୍ତୋଲ ମଣ୍ଡଳ ବିଜେପି ସଭାପତି ତ୍ରିନାଥ ବାରିକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାରଳା ମଣ୍ଡଳ ସଭାପତି ସୁଭ୍ରକାନ୍ତ ରଣା, ଜଗନ୍ନାଥପୁର ମଣ୍ଡଳ ସଭାପତି ଗଗନ ବିଶ୍ୱାଳ, ଦାଇଁଲୋ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ସାହୁ,ଜଇପୁର ମଣ୍ଡଳ ସଭାପତି ବନୋଜ ନାୟକ, କ୍ଷୀତିଶ ଦାସ, ତାପସ ମହାନ୍ତି,ସୁଦୀପ୍ତ ନାଥ,ସୌଦାମିନୀ ନାୟକ, ଇତିଶ୍ରୀ ପାତ୍ର,ସତ୍ୟଜିତ୍ ସେଠୀ,ଅଭୟ ମହାରଣା,ସତ୍ୟଜିତ୍ ପଣ୍ଡା,ପ୍ରସନ୍ନ ଦାସ ଙ୍କ ସମେତ ବିଜେପି କର୍ମୀ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ମଶାରି ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି l
