କଟକ : ୨୯ ତମ ଜନ୍ମଦିନରେ ୫୦ ତମ ରକ୍ତ ଦାନ କରିଛନ୍ତି ଯୁବ ସ୍ୱେଚ୍ଛାସେବୀ ପ୍ରକାଶ ଚନ୍ଦ୍ର ମହାପାତ୍ର । ମୟୂରଭଞ୍ଜ ଚନ୍ଦୁଆ ଥାନା ଅନ୍ତର୍ଗତ ଗୁଣ୍ଡୁରୀଲୋଚାରେ ଜନ୍ମ ଗ୍ରହଣ କରିଥିବା ପ୍ରକାଶ ପିଲାବେଳୁ ସାମାଜିକ କାର୍ଯ୍ୟକ୍ରମରେ ଆଗଭର । ରେଭେନ୍ସାରେ ପାଠ ପଢ଼ିବା ବେଳୁ ସେ ବର୍ଷର ବିଭିନ୍ନ ସମୟରେ ରକ୍ତଦାନ ଶିବିର କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରି ଆସୁଛନ୍ତି ।
କଟକରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ଆସୁଛନ୍ତି । ତାଙ୍କ ଜନ୍ମଦିନ ହୋଇଥିବା ବେଳେ ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଖରା ସମୟରେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବା ବେଳେ ପ୍ରକାଶଙ୍କ ଉଦ୍ୟମକୁ ସବୁ ଆଡୁ ପ୍ରଶଂସା କରାଯାଉଛି ।
