କିରନ୍ ଜ୍ୟୋତି ପ୍ରଡକ୍ସନର ଓଡ଼ିଆ ନଦିଆ ସଂକୀର୍ତ୍ତନ ସଂଗୀତ ‘ଏ ମୋର ବନ୍ଧୁରେ’ର ଶୁଭ ଉନ୍ମୋଚନ

ରାଜ୍ୟ
Spread the love

କଟକ   : କଟକ ସଦର ବାରଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ କବେଇସାହି ସ୍ଥିତ ସୁଦାମା କୁଟୀରଠାରେ ‘କିରନ୍ ଜ୍ୟୋତି ପ୍ରଡକ୍ସନ’ର ନୂତନ ଓଡ଼ିଆ ନଦିଆ ସଂକୀର୍ତ୍ତନ ସଂଗୀତର ଶୁଭ ଉନ୍ମୋଚନ ଉତ୍ସବ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଦରଘା ବଜାର ସ୍ଥିତ ଗୋପାଳଜୀଉ ମଠର ମହନ୍ତ ବାବା ଶ୍ୟାମାନନ୍ଦ ଦାସ ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ବାୟା ବାବା ମଠର ମହନ୍ତ ବାବା ମୁରାରୀ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ହାଜିପୁର ବ୍ରହ୍ମଗାଦୀ ମଠାଧୀଶ ବାବା ପାଗଲ ଦାସ, ପୁରୀ ପଶ୍ଚିମ ଦ୍ୱାର ମଠର ବାବା ସୀତାରାମ ଦାସ, ବିଶିଷ୍ଟ ପାଲା ଗାୟକ ପଣ୍ଡିତ ବାଦଲ ମିଶ୍ର ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟନାରାୟଣ ରାଜ ଉପସ୍ଥିତ ରହି ସଂଗୀତ ଓ ଭକ୍ତି ପରମ୍ପରା ଉପରେ ଆଲୋକପାତ କରିଥିଲେ। ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ।

ମୂଳ ବଙ୍ଗଳା ସଂଗୀତ “ଓମାନ ରସୋନା ଓଇ ଦିନ କେନ ମନେ ପଡେନା”ର ଓଡ଼ିଆ ଭାଷାନ୍ତର “ଏ ମୋର ବନ୍ଧୁରେ ସେଦିନ କି ମନେ ପଡେନା” ଶୀର୍ଷକ ଏହି ନଦିଆ ସଂକୀର୍ତ୍ତନ ସଂଗୀତଟି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ସଂଗୀତରେ କିରନ୍ ଜ୍ୟୋତି ପ୍ରଡକ୍ସନର ସ୍ରଷ୍ଟା ନାରାୟଣ ଚନ୍ଦ୍ର ସିହ୍ନା ପ୍ରଯୋଜନା ସହ କଣ୍ଠଦାନ କରିଥିବା ବେଳେ, ତାଙ୍କୁ ସହଯୋଗୀ କଣ୍ଠଶିଳ୍ପୀ ଭାବେ ତନ୍ମୟ ହୋତା ସାଥ୍ ଦେଇଛନ୍ତି। ଶ୍ରୀଯୁକ୍ତ ସୁବାଷ ମିଶ୍ର ଏହାର ଓଡ଼ିଆ ଭାଷାନ୍ତର କରିଥିବା ବେଳେ ବିପିନ ବାରିକ୍ ସ୍ୱର ସଂଯୋଜନା ଏବଂ ଜୀତୁ ଶାଵତ ଶବ୍ଦ ଗ୍ରହଣ କରିଛନ୍ତି।

ଉତ୍ସବ ଅବସରରେ ଶିଳ୍ପୀ ଅନାମ କୁମାର ଓ ଇତିଶ୍ରୀ ଦାସ ସୁମଧୁର ଭଜନ ପରିବେଷଣ କରିଥିଲେ ଏବଂ କବି ପତିତପାବନ ଜେନା ତବଲା ସଂଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବାରଦା ମା’ ଅମ୍ବିକେଶ୍ଵରୀ ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ପଞ୍ଚାନନ ଭୋଇ, ଅରକ୍ଷିତ ଦଳାଇ, କ୍ଷେତ୍ରବାସୀ ପରିଡ଼ା, ମାଧବ ସାହୁ ଏବଂ ପ୍ରଡକ୍ସନର ସତ୍ଵାଧିକାରିଣୀ ସିଲାରାଣୀ ସିହ୍ନା ଓ ସୂର୍ଯ୍ୟ ନାରାୟଣ ସିହ୍ନା ପ୍ରମୁଖ ସହଯୋଗ କରିଥିଲେ। ନନ୍ଦନ କୁମାର ସିହ୍ନା ଉତ୍ସବର ନମୁନା ଫଳକ ପ୍ରସ୍ତୁତ କରିଥିବା ବେଳେ ଶେଷରେ ଜୀତୁ ଶାଵତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *