ଭୁବନେଶ୍ବର : ବହୁ ଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ (Police SI Exam Scam)ର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୧୭ ଜଣଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତଦନ୍ତରୁ ମିଳିଥିବା ତଥ୍ୟ ଓ ଅପରାଧର ଗମ୍ଭୀରତା ଦୃଷ୍ଟିରୁ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦକୁ ହାଇକୋର୍ଟ ଖାରଜ କରିଛନ୍ତି।
ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପାଇଁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସିଲିକନ ମାଲିକ ସୁରେଶ ନାୟକ ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ପ୍ରାର୍ଥୀ ଯୋଗାଡ଼ କରିଥିବା ଏବଂ ସେମାନଙ୍କୁ ସହଯୋଗ କରିଥିବା ନେଇ ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଛି।
ଅଭିଯୁକ୍ତମାନଙ୍କ ଯୋଗୁ ପୁଲିସ ଏସଆଇ ପରୀକ୍ଷା ଦୁଇ ଦୁଇ ଥର ବାତିଲ ହୋଇଛି। ଫଳରେ ଲକ୍ଷ ଲକ୍ଷ ମେଧାବୀ ଆଶାୟୀଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି ବୋଲି ସିବିଆଇ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା।
ଅନ୍ୟପଟେ ନିଜ ଅସ୍ତ୍ରୋପଚାର ପାଇଁ ଅନ୍ତରୀଣ ଜାମିନରେ ଯାଇଥିବା ମୁନା ମହାନ୍ତିର ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ମନା କରିବା ସହ ୩ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
