କଟକ : ଯା ବିଦ୍ୟା ସା ବିମୁକ୍ତୟେ” ଏହି ମହାନ ଆଦର୍ଶକୁ ପାଥେୟ କରି ଜ୍ଞାନର ଆଲୋକ ବିତରଣ କରିଚାଲିଛି ‘ନାଇସ ଇନଷ୍ଟିଚ୍ୟୁଟ’ । ପୁରାତନ ସଭ୍ୟତାରେ ଗୁରୁକୁଳ ଆଶ୍ରମ ଯେଉଁଭଳି ମଣିଷ ଗଢ଼ିବାର କାରଖାନା ଥିଲା, ଆଜିର ଏହି କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ବୈଷୟିକ ଯୁଗରେ ‘ନାଇସ ଇନଷ୍ଟିଚ୍ୟୁଟ’ ସେହିଭଳି ଏକ ଆଧୁନିକ ଜ୍ଞାନର ମନ୍ଦିର ଭାବେ ପ୍ରତିଷ୍ଠା ଲାଭ କରିଛି । ଆମସେହି ତ୍ୟାଗ ଓ ସେବାର ମନୋଭାବକୁ ବଜାଇ ରଖି, ନାଇସ ଇନଷ୍ଟିଚ୍ୟୁଟ୍ ଆଜିର ଯୁବପିଢ଼ିଙ୍କୁ କେବଳ ପାଠ୍ୟପୁସ୍ତକ ନୁହେଁ ବରଂ ଜୀବନ ଜିଇଁବାର କଳା ଓ ବୃତ୍ତିଗତ ଦକ୍ଷତା ଶିଖାଉଛି । ନାଇସ ଇନଷ୍ଟିଚ୍ୟୁଟ୍ ଶିକ୍ଷାଦାନ ସେବାରେ ବ୍ରତୀ ବା ସମର୍ପିତ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ମହତ୍ ଅନୁଷ୍ଠାନ । ଏହା ପ୍ରତିଷ୍ଠା ଓ ଦୂରଦୃଷ୍ଟି ୨୦୧୬ ମସିହାରେ ଅନୁଗୁଳ ଜିଲ୍ଲାର ବଇଣ୍ଡା ପବିତ୍ର ମାଟିରେ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଯୁବ ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବୁବୁନ୍ ପ୍ରଧାନଙ୍କ ଜୀଙ୍କ ଦକ୍ଷ ନେତୃତ୍ୱରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ।
ଡିଜିଟାଲ ବିପ୍ଳବ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟ ନେଇ ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସଫଳ କରିଥିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ଡିଜିଟାଲ ସାକ୍ଷରତା । ଆଜିର ପ୍ରତିଯୋଗିତାମୂଳକ ବିଶ୍ୱରେ ଆଇଟି (ଆଇଟି) ଓ କମ୍ପ୍ୟୁଟର ଶିକ୍ଷାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏଠାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଶୃଙ୍ଖଳା ଓ ଗବେଷଣା ଦିଗରେ ଶିକ୍ଷା ସହିତ ସଂସ୍କାର ଏବଂ ଶୃଙ୍ଖଳାକୁ ଏଠାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଧାନ ନିଜେ ଜଣେ ଉଚ୍ଚଶିକ୍ଷିତ (ଏମବିଏ) ଓ ଗବେଷଣା ପ୍ରତି ରୁଚି ରଖୁଥିବା ବ୍ୟକ୍ତି ହୋଇଥିବାରୁ,ବିଦ୍ୟାର୍ଥୀମାନଙ୍କୁ କିଭଳି କର୍ମନିପୁଣ ଓ ନୈତିକ ସମ୍ପନ୍ନ କରାଯାଇପାରିବ,ସେ ଦିଗରେ ସେ ସତତ ଚେଷ୍ଟିତ ।
