ବହୁବିଧ ସେବାରେ ବ୍ରତୀ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ସମ୍ପାଦକ ସାମାଜିକ କର୍ମୀ ରସାନନ୍ଦଜୀ

ରାଜ୍ୟ
Spread the love

କଟକ : ପେଷାରେ ସେ ପୋଲିସ କର୍ମଚାରୀ ହେଲେ ନିଶା ତାଙ୍କର ସମାଜସେବା । ସେ ହେଉଛନ୍ତି ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା
ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂମ୍ପାଦକ ମହାନ୍ ରକ୍ତଦାତା ରସାନନ୍ଦ ଦେଉରୀ(ପ୍ରିନ୍ସ ନନ୍ଦ) । କଟକ ଜିଲ୍ଲା ତିଗିରିଆ ବ୍ଲକ ଆଠଗଡ଼ ଉପକଣ୍ଠ କଳିଵୀର ଗ୍ରାମରେ ତାଙ୍କ ଜନ୍ମ । ଦୀର୍ଘ ୧୮ ବର୍ଷ ହେବ ସେବା କାର୍ଯ୍ୟରେ ବ୍ରତୀ । ସମାଜସେବା କାର୍ଯ୍ୟ ସହ ସେ ସାହିତ୍ୟ ସାଧନା ଦିଗରେ ରୁଚି ରଖି ଜଣେ ସାହିତ୍ୟିକ ବା କବି ଭାବେ ପରିଚିତ ।

ନିୟମିତ ରକ୍ତଦାନ ସହ ଜନ ସଚେତନତା,ଅନାଥାଶ୍ରମ ଆଉ ବୃଦ୍ଧାଶ୍ରମ ଆଦିକୁ ସହଯୋଗ ପ୍ରଦାନ,ଖାଦ୍ୟ ବଣ୍ଟନ,ସ୍ଵାସ୍ଥ୍ୟ ସେବା ଶିବିର କରାନ୍ତି । ସମସ୍ତେ ତାଙ୍କୁ ବୋତଲର ମଣିଷ ବୋଲି ଡାକନ୍ତି । ପ୍ରତିବର୍ଷ ଖରା ଦିନେ ୧୦୦୦ ରୁ ଉର୍ଦ୍ଧ ବୋତଲ ବିଭିନ୍ନ ଗଛ ଡାଳରେ ବାନ୍ଧିବା ବା ପାଣି ପାତ୍ର ରଖିବା ସହ ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ଆଦି କାର୍ଯ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *