ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ପବିତ୍ର ଜନ୍ମାଷ୍ଟମୀ

ରାଜ୍ୟ
Spread the love

କଟକ  : ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାହାରିନରେ କାନୁ ଗାର୍ଡେନ୍ ରେ ଅବସ୍ତିତ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ଇସ୍କନ ମନ୍ଦିର ପରିସରରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଇଛି | ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମତିଥି ଅବସରରେ ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁ ଆସି ଧୂପ ଦୀପ ପ୍ରଜ୍ବଳନ କରିବା ସହିତ ଶୁଭ ମନାସିଥିଲେ। ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ବାଳଗୋପାଳଙ୍କ ମୂର୍ତ୍ତି ରେ ବିଭିନ୍ନ ପ୍ରକାର ଫଳ, ମୂଳ, ମହୁ, କ୍ଷୀର ଓ ଲହୁଣୀ ପ୍ରଦାନ କରାଯାଇ ପୂଜା ପାଠ ହେଇଥିଲା।ଏହି ଅବସର ରେ ଓଡ଼ିଆ ସମାଜର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଘଣ୍ଟଘଣ୍ଟା, ଶଙ୍କ ଧୱନୀ ରେ ମନ୍ଦିର ପରିସର ପ୍ରଙ୍କପିତ ହୋଇ ଉଠିଥିଲା |

ମଧ୍ୟରାତ୍ର ରେ ନୀତି ସବୁ ସମ୍ପନ ହୋଇଥିଲା । ରୀତିକାନ୍ତି ଅନୁସାରେ ପୂଜାଅର୍ଚନା କରାଯିବା ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦୁର୍ଲଭ ବେଶ ଦର୍ଶନ କରିଥିଲେ ।ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ସର୍ବଶେଷରେ ବାହାରିନ ଓଡିଆ ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଭବାନୀ ପ୍ରସାଦ ମିଶ୍ର , ଦିଲ୍ଲୀପ ସ୍ୱାଇଁ , ଅଞ୍ଜଳି ପାଢ଼ୀ , ସରୋଜ ସାମଲ , ସୁଯଲ ପଟାରି, ଅମରନାଥ ସୁବୁଧି ଏବଂ ଶିବାଶିଷ ମହାନ୍ତି ବାହାରିନରେ ପବିତ୍ର ଜନ୍ମାଷ୍ଟମୀ ପୂଜା ପାଳନ କରିବା ପ୍ରଭୂ ଶ୍ରୀ କୃଷ୍ଣଙ୍କର ଲୀଳା ଓ କରୁଣା ବୋଲି କହିଥିଲେ।

ଶେଷରେ ବାହାରିନ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ଅମରେଶ ପଣ୍ଡା ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଭକ୍ତ ମାନଙ୍କ ଗହଣରେ ପବିତ୍ର ଜନ୍ମାଷ୍ଟମୀ ବିଷୟରେ ଆଲୋଚନା କରିଥଲେ ।

ଶ୍ରୀଯୁକ୍ତ ଦିନେଶ ମହାନ୍ତି ବିଦେଶରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ।  ଏଠାରେ ସବୁ ଓଡ଼ିଆଙ୍କ ଘରେ ଘରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଥିଲା ।
ସତାଧିକ ଅଣଓଡିଆ ମଧ୍ୟ ଜନ୍ମାଷ୍ଟମୀ ପାଳନ କରି ନିଜକୁ ସୌଭାଗ୍ୟ ମନେ କରିଥିଲେ।

Leave a Reply

Your email address will not be published. Required fields are marked *