ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ସଂସ୍କୃତି ବିଭାଗର ଅବହେଳା

ରାଜ୍ୟ
Spread the love

ଝଙ୍କଡ : ଜନସାଧାରଣଙ୍କ ଆବେଗ ଓ ଉତ୍କଣ୍ଠା କୁ ଭିତ୍ତିକରି ଆଦିକବି ସାରଳା ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁ କଟକ-ପାରାଦ୍ବୀପ ରାଜ୍ୟ ରାଜପଥ ର ଶାରଳା ରୋଡ ନିକଟରେ ଥିବା ତେନ୍ତୁଳିପଦା ମୌଜାର ରାସ୍ତା ପାର୍ଶ୍ବରେ ଏକ ସଂରକ୍ଷିତ ସ୍ଥାନରେ ସ୍ଥାପନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ସ୍ଥାନ ନିରୂପଣ କରାଯାଇଥିଲା ।ଏଥି ନିମନ୍ତେ ଜିଲ୍ଲାପାଳ ଜଗତସିଂହପୁର ଙ୍କ ଚିଠି ନଂ ୧୧୬ ତା ୧୬. ୩. ୨୬ ରିଖ ରେ ନିର୍ଦ୍ଦେଶକ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଭୁବନେଶ୍ବର ଙ୍କୁ ସୁପାରିଶ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତି ସଂସ୍କୃତି ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସଂସ୍କୃତି ବିଭାଗ ରେ ପଡ଼ିରହିଛି। ଦୀର୍ଘ ୫ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସଂସ୍କୃତି ବିଭାଗ ମହାନ ସାରସ୍ବତ ସ୍ରଷ୍ଟା , ଓଡ଼ିଆ ଭାଷା ସାହିତ୍ୟର କ୍ରାନ୍ତିକାରୀ ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପାରି ନାହିଁ l

ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ଶାସନ ସଚିବ, ନିର୍ଦେଶକ ଙ୍କୁ ଅବଗତ କରାଯାଇଥିଲେ ଏ ପର୍ଯ୍ୟଂତ ପ୍ରତିମୂର୍ତ୍ତ ସ୍ଥାପନ ପାଇଁ ପଦକ୍ଷେପ ନିଆ ଯାଇ ନାହିଁ l ଓଡ଼ିଶା ଅସ୍ମିତା ଓ ଓଡ଼ିଆ ଭାଷା କୁ ନେଇ ଓଡ଼ିଶା ସରକାର ଗର୍ବ କରୁଥିବା ବେଳେ ସାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ଅବହେଳା କରିବା ଦୁର୍ଭାଗ୍ୟଜନକ ବୋଲି ଜନସାଧାରଣ, ବୁଦ୍ଧିଜୀବୀମାନେ, ଗବେଷକ, ସାରସ୍ୱତ ସାଧକ ମାନେ ମତ ପ୍ରକାଶ କରିଛନ୍ତି । ଏଥି ସହିତ ସଂସ୍କୃତି ବିଭାଗ ତୁରନ୍ତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ର ସମସ୍ତ କର୍ମକର୍ତ୍ତା ଦୃଢ଼ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *