ଝଙ୍କଡ଼ ସାହିତ୍ୟସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ

ରାଜ୍ୟ
Spread the love

ଝଙ୍କଡ଼  :  ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ, ଝଙ୍କଡ଼ ସାହିତ୍ୟ ର ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ପରିଷଦର ନିର୍ବାଚନ ହୋଇଯାଇଛି l ଓଡ଼ିଆ ଭାଷାସାହିତ୍ୟ ର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ମୁନିଗୋସେଇଁ ମଠ ଠାରେ ଗତ ଶନିବାରଦିନ ପୂର୍ବାହ୍ନରେ,ନିଖିଳଉତ୍କଳ ଶିକ୍ଷକ ମହାସଂଘ, ଓଡିଶା ର ସଭାପତି ତଥା ସଂସଦର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଦାସ ନିର୍ବାଚନଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ l

ଏଥିରେ ସାରସ୍ୱତସାଧକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତି, ଡଃ ବିଷ୍ଣୁପ୍ରିୟା ଦାସ କାର୍ଯ୍ୟକାରୀ ସଭାପତି, ସୁରେଶ ଚନ୍ଦ୍ର ମହାନ୍ତି, ଦିଗମ୍ବର ରାଉତ ଉପସଭାପତି, ଗୋଲକ ବିହାରୀ ପଲାଇ ସାଧାରଣ ସମ୍ପାଦକ, ସବିତା ନାୟକ ସହସମ୍ପାଦିକା, ପଣ୍ଡିତ ବାସବ କୁମାର ନନ୍ଦ ସଙ୍ଗଠନ ସମ୍ପାଦକ ଓ ଝୁଲରାମ ଦାସ ଙ୍କୁ କୋଷାଧ୍ୟ୍ କ୍ଷ ଭାବରେ ନିର୍ବାଚିତ କରାଯାଇଥିଲାବେଳେ, କାର୍ଯକାରିଣୀ ସଦସ୍ୟଭାବେ ଆଇନୀଜୀବି ପ୍ରଶାନ୍ତ କୁମାର ଦାସ, ପଦ୍ମାବତୀ ମିଶ୍ର ଓ ଅଞ୍ଜନା କୁମାରୀ ମହାନ୍ତି ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଅଛନ୍ତି l ନବନିର୍ବାଚିତ କର୍ମକର୍ତ୍ତା ମାନେ, ସମାଧିପୀଠ ସମ୍ମୁଖରେ ଶପଥ କରିଥିବାବେଳେ, ଏହି ଶପଥପାଠ ଉତ୍ସବରେ, ସଂସଦର ନିତ୍ୟାନନ୍ଦ ନାୟକ, ଦେବେନ୍ଦ୍ର ନାଥ କର , ଅଶୋକ କୁମାର ଲେଙ୍କା, ଡଃ ବସନ୍ତମଞ୍ଜରୀ ଦାସ, ପ୍ରତିଭା ମିଶ୍ର, ଚୌଧୁରୀ ରାଧାମୋହନ ପରିଜା, ପ୍ରଭାତ କୁମାର ପରିଜା, ରଞ୍ଜିତା ସାହୁ, ଜ୍ୟୋତିରଞ୍ଜନ ପରିଡା, ରାଜଶ୍ରୀ ସ୍ୱାଇଁ ଓ ବିଦୁଲତା ସ୍ୱାଇଁ ପ୍ରମୁଖ ବରିଷ୍ଠ ସଭ୍ୟ ସଭ୍ୟା ଉପସ୍ଥିତରହି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ l

Leave a Reply

Your email address will not be published. Required fields are marked *