ଝଙ୍କଡ଼ : ଓଡ଼ିଶାର ସାବରମତୀ ତଥା ସ୍ଵାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ଭାବେ ଖ୍ୟାତ ଅଳକା ଆଶ୍ରମ ପ୍ରେକ୍ଷାଳୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ନବକାକଳି ସାହିତ୍ୟ ପତ୍ରିକା ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା’ ସାରଳା ଶାଖା, ଜଗତସିଂହପୁର ଜିଲ୍ଲାର ମିଳିତ ସହଯୋଗରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ , ରାଜ୍ୟସ୍ତରୀୟ କବିତା ତଥା ପ୍ରବନ୍ଧ ପାଠୋତ୍ସବ ପରିଷଦର ସଭାପତି ସାହିତ୍ୟ ରତ୍ନ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ପୋକପୁରର ମଠାଧୀଶ ମହନ୍ତ ତ୍ରିଲୋଚନ ଦାସ ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟିତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଏସଭିଏମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଓତା, ମୁଖ୍ୟବକ୍ତା ଡ. ଅଭୟ କୁମାର ନାୟକ, ବିରେଣ୍ୟ ଅତିଥି କାହ୍ନୁ ଚରଣ ପାଣିଗ୍ରାହୀ ଏବଂ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଉମାକାନ୍ତ ନାୟକ ଯୋଗଦେଇ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ଓ ଜୀବନୀର ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।
ବିଜୟ କୁମାର ରଥ ପ୍ରାରମ୍ଭିକ ସୂଚ଼ନା ଦେଲା ବେଳେ ପରିଷଦର ଉପସଭାପତି ବିଜୟ କୁମାର ପତି ଅତିଥି ପରିଚୟ ଦେଇଥିଲେ । ଯୁଗ୍ମ ସମ୍ପାଦକ ସବ୍ୟସାଚୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଲା ପରେ ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ସ୍ୱର୍ଗତ ପଟ୍ଟନାୟକଙ୍କ ଲୋକପ୍ରିୟ ଗୀତ ଗାଇଥିଲେ । ପରିଷଦର ସଦସ୍ୟା ତଥା ନବକାକଳିର ପରିଚାଳନା ସମ୍ପାଦିକା ମନୋରମା ଦାଶ ସମସ୍ତ ଅତିଥିଙ୍କୁ ପୁଷ୍ପତୋଡ଼ା ଏବଂ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଗବତକୁ ଗ୍ରାମାଞ୍ଚଳରେ ଲୋକପ୍ରିୟ କରାଉଥିବା ଇଂ. ଅକ୍ଷୟ କୁମାର ନାୟକ, ଭାଗବତ ଶାସ୍ତ୍ର ଗବେଷକ ଜ୍ଞାନରଞ୍ଜନ ସ୍ୱାଇଁଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ପଣ୍ଡିତ ଡ.ରବୀନ୍ଦ୍ର ନାଥ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବୀ ମନୋରମା ଶତପଥୀଙ୍କ ସଂଯୋଜନାରେ ଅର୍ଦ୍ଧ ଶତାଧିକ କବି ସ୍ୱରଚିତ କବିତା ତଥା ଅତିବଡ଼ୀଙ୍କ କୃତି ଓ ଜୀବନୀ ଉପରେ ପ୍ରବନ୍ଧ ପାଠକରି ଶ୍ରୋତା ମାନଙ୍କୁ ଭାଗବତ ରସାମୃତରେ ଅବଗାହନ କରାଇଥିଲେ । କବି ହେମନ୍ତ କୁମାର ନାୟକ, ସନ୍ନ୍ୟାସୀ ବୈରାଗୀ ଦାସ, ନୀଳକଣ୍ଠ ମିଶ୍ର, ଗଣେଶ ମହାନ୍ତି, ଅଶୋକ କୁମାର ସ୍ୱାଇଁ, ଶେଷ ଦେବ ଛୋଟରାୟ, ମହମ୍ମଦ ମନସୁର ଅଲୀ, ଜୟଶ୍ରୀ ମିଶ୍ର ହୃଦାନନ୍ଦ ବାରିକ, ସୁଭାଷ ଚନ୍ଦ୍ର ରାଉତ, ଆଶିଷ ପରିଜା , ବେଣୁଧର ବେହେରା, ଅଶୋକା ମହାନ୍ତି ରବୀନ୍ଦ୍ର ନାଥ ବେହେରା, ଗଗନବିହାରୀ ବେହେରା । ବଂଶୀଧର ବେହେରା ଏବଂ ଅରୁଣ କୁମାର ମହାରଣାଙ୍କ କବିତା ଚିତ୍ତାକର୍ଷକ ହୋଇଥିଲା । ଶେଷରେ ରବୀନ୍ଦ୍ର ନାଥ ନାୟକ ଧନ୍ୟବାଦ ପ୍ରଦାନ କଲା ପରେ ସଭା ସାଙ୍ଗ ହୋଇଥିଲା ।
