ହାରାମଣୀ ଦେବୀଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ମାହାଙ୍ଗା  : ଗଣକବି ବୈଷ୍ଣବ ପାଣିଙ୍କ ନାଟକର ସଫଳ ଅଭିନେତ୍ରୀ, ସମାଜସେବୀ, ଧର୍ମପ୍ରାଣ ମହିଳା ହାରାମଣୀ ରାଉତଙ୍କ ଏକାଦଶାହ ତିଥିରେ ଏରକଣା ଗ୍ରାମରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମିହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ଜନାର୍ଦ୍ଦନ ରାଉତ, ଡକ୍ଟର ଏକାଦଶୀ ପ୍ରଧାନ, ବ୍ୟାଙ୍ଗକବି ରସରାଜ ବୀର କିଶୋର ସ୍ୱାଇଁ, ଡକ୍ଟର ଜୟରାମ ସ୍ୱାଇଁ,ସାମ୍ବାଦିକ କବି ଭକ୍ତ ଚରଣ ସାହୁ, ଆଇନୀଜୀବୀ ଗୌତମ ରାୟଚୌଧୁରୀ, ଅଧାପକ ବସନ୍ତ କୁମାର ସେଠୀ, ଅଧ୍ୟାପକ ବିଶ୍ୱନାଥ ସେଠୀ, ସେଠୀ, ଅରକ୍ଷିତ ପ୍ରଧାନ, ଜାନକୀ ସ୍ୱାଇଁ, ହରିବନ୍ଧୁ ରାଉତ, ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ, ବିଶ୍ୱନାଥ ରାଉତ, ଅଜୟ କୁମାର ସାମଲ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l
ବେତାର କଣ୍ଠ ଶିଳ୍ପୀ ଅଜୟ ଜେନା ଭକ୍ତି ସଂଗୀତ ପରିବେଷଣ କରିଥିଲେ l

Leave a Reply

Your email address will not be published. Required fields are marked *