ସବୁଜିମା ସଂକଳ୍ପ ନେଇ ପାଳିଲେ ଗୁରୁଜୀଙ୍କ ପୁଣ୍ୟ ଜନ୍ମୋତ୍ସବ; ଭକ୍ତ ଓ ଶିଷ୍ୟମାନଙ୍କୁ ୨୦୦୦ ନିମ୍ବ ବୃକ୍ଷ ବଣ୍ଟନ

ରାଜ୍ୟ
Spread the love

କଟକ : କଟକ ରେ ପବିତ୍ର ଗଣେଶ ଓ ବିଶ୍ୱକର୍ମା ପୂଜାରେ ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ ଙ୍କ ପୁଣ୍ୟ ଜନ୍ମ ଦିବସ କୁ ଏକ ନିଆରା ଢଙ୍ଗରେ ପାଳିଛନ୍ତି ରେକି ମିଶନ, ଓଡ଼ିଶାର ଗୁରୁସେନା, ଶକ୍ତିସେନା ଓ ଶିଶୁସେନା ମାନେ ନିମନ୍ତ୍ରଣ ଚଷମା ରେ ତିଆରି କରିବା ସହ ସ୍ଲୋଗାନ ଥିଲା, ଚଷମା ଖୋଲି ଥରେ ଦେଖ, ପ୍ରକୃତି ଖେଳୁଛି ଖେଳ, ଏହା ସହ ଜନ୍ମଦିନ ଭକ୍ତ ଓ ଶିଷ୍ୟ ମାନଙ୍କୁ ୨୦୦୦ ନିମ୍ବ ବୃକ୍ଷ ବାଣ୍ଟି ସବୁଜିମା ସଂକଳ୍ପ ସହ ପ୍ରତିବର୍ଷ ନେଇଥିବା ଗଛ ସହ ଫଟୋ ଉଠେଇ ଆଶ୍ରମ ପଠାଇବାକୁ କୁହାଯାଇଥିଲା,
ସକାଳ ୧୦ ଟା ରୁ ଆଶ୍ରମର ପ୍ରତିଷ୍ଠିତ ଶ୍ରୀଗଣେଶ, ଶ୍ରୀ ସରସ୍ଵତି ଓ ଶ୍ରୀ ଲକ୍ଷ୍ମୀ ଙ୍କ ପୂଜା ଆରାଧନା କରାଯାଇଥିଲା, ପରେ ପରେ ଦିନ ୧୨:୩୦ ରୁ ସନ୍ଧ୍ୟା ୬:୦୦ ଟା ପଯ୍ୟନ୍ତ ୧୦୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା, ସନ୍ଧ୍ୟା ୭ଟା ରୁ ଗୁରୁଙ୍କ ଦର୍ଶନ ଆରମ୍ଭ ହେବା ସହ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟ ର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀକୁଟୀର ରେ ପାଖାପାଖି ୮ ହଜାର ରୁ ଅଧିକ ଭକ୍ତ ଉପସ୍ଥିତ ରହି ଗୁରୁଜୀଙ୍କ ଦର୍ଶନ ସହ ପ୍ରସାଦ ସେବନ ର ଆନନ୍ଦ ଉଠାଇଥିଲେ, ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତ ମାନେ ଶ୍ରୀ କୁଟୀର ରେ ଉପସ୍ଥିତ ରହି ଧାଡ଼ି ରେ ଗୁରୁ ଦର୍ଶନ କରିଥିଲେ, ଏହା ସହ ଓଡ଼ିଶା ର କୋଣ ଅନୁକୋଣ ରୁ ଅନେକ ଆଶ୍ରମ ଓ ମଠ ରୁ ମହନ୍ତ ଓ ସାଧୁସନ୍ଥ, ଓଡ଼ିଶାର ବିଭିନ୍ନ କିନ୍ନର ଆଖଡ଼ା ର କିନ୍ନର ତଥା ବହୁ ଜ୍ଞାନୀ, ମାନି , ବିଜ୍ଞାନୀ* ମାନେ ମଧ୍ୟ ଉପସ୍ଥିତ ରହି ପୂଜ୍ୟ ଗୁରୁଜୀ ଙ୍କ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *