ନେମାଳ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଐତିହାସିକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ତଥା ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। ନେମାଳ ମଣ୍ଡଳ ବିଜେପି ସଭାପତି ମୀନକେତନ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ପୀଠ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବାକୁ ଆଗେଇ ଆସିଥିଲେ।
ଦୀର୍ଘ ଦିନ ଧରି ପୀଠ ପରିସର ଓ ଆଖପାଖରେ ଜମି ରହିଥିବା ବିପୁଳ ପରିମାଣର ଆବର୍ଜନା ଓ ଅଳିଆକୁ କର୍ମୀମାନେ ନିଜେ ସଫା କରିବା ସହ ଟ୍ରାକ୍ଟର ସାହାଯ୍ୟରେ ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ।
ଏହି ସ୍ୱଚ୍ଛତା ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ: ରବୀନ୍ଦ୍ର ପୃଷ୍ଟି, ଲକ୍ଷ୍ମଣ ସେଠୀ, ଶିବାନନ୍ଦ ଗୋସ୍ୱାମୀ, ବିଭୂତି ଭୂଷଣ ମହାରଣା, ବିଭୂପ୍ରସାଦ ବୋଷ, ସୁଶୀଲ ଦାସ, ତାପସ ଭୋଳ, ବିଚିତ୍ର ଦାସ, ନିରଞ୍ଜନ ରଣା, ଅଜୟ ମହାନ୍ତି, ଟୁକୁନା ନାୟକ, ପ୍ରତାପ ଚନ୍ଦ୍ର ସେଠୀ, ହେମନ୍ତ କୁମାର ମଲ୍ଲିକ, ଚିପନ ଭୂୟାଁ, ବିଭୂପ୍ରସାଦ, ବିଷୁ ସାହୁ, ମଳୟ ଭାଇଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ କର୍ମୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ପବିତ୍ର ପୀଠର ସୌନ୍ଦର୍ଯ୍ୟକରଣ ତଥା ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ବିଜେପିର ଏହି ନିସ୍ୱାର୍ଥପର ପ୍ରୟାସକୁ ଦେଖି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।
