ଦଧିବାମନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଜ୍ୟ
Spread the love

କଟକ, ୩।୧୦ :  କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁରସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ସାହୁ ଯୋଗଦେଇ ମା’ ବୀଣାପାଣି, ପୂଜ୍ୟ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଉଭୟ ମହାପୁରୁଷଙ୍କ ତ୍ୟାଗପୂତ ଜୀବନାଦର୍ଶ, ସତ୍ୟ, ଅହିଂସା ଏବଂ ସାଧୁତା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ-ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ, ବରିଷ୍ଠ ଗୁରୁଜୀ ଅଭିମନ୍ୟୁ ସ୍ୱାଇଁ, ଦେବବ୍ରତ ନାୟକ, ସତ୍ୟଶିବ ବାରିକ, ଗୁରୁମା ବେବି ରଣା ଓ ଲକ୍ଷ୍ମୀପ୍ରିୟା ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *