(କଲ୍ୟାଣପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ)
ମାହାଙ୍ଗା, ୨।୧୦: କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗାନ୍ଧୀ ଛକଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ବିଚାରଧାରା ସମଗ୍ର ବିଶ୍ୱକୁ ମାନବିକତାର ଗୁରୁମନ୍ତ୍ରରେ ଅଭିମନ୍ତ୍ରିତ କରିପାରିଛି ଏବଂ ଆଜିର ଯୁବପିଢ଼ି ସତ୍ୟ, ନ୍ୟାୟ ତଥା ସଦ୍ଭାବନା ପ୍ରତିଷ୍ଠା ଦିଗରେ ନିଜକୁ ସମର୍ପିତ କରିବା ଉଚିତ ବୋଲି ଏହି ଅବସରରେ ଅତିଥିମାନେ ଆହ୍ୱାନ ଦେଇଛନ୍ତି।
ଗାନ୍ଧୀ ବିଚାର ମଞ୍ଚର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କିଶୋର ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷକ ନଗେନ ବେହୁରା, ବଜାର କମିଟି ଉପସଭାପତି ଅଫସର ତୁଲ୍ଲା, ଆଇନଜୀବୀ ଲଛମନ ସିହ୍ନା, ସମାଜସେବୀ ରାହାସ ବିହାରୀ ବିଶ୍ୱାଳ, ପଣ୍ଡିତ ବ୍ରଜବନ୍ଧୁ ପଲେଇ, ସମବାୟବିତ୍ ସୁଦାମ ପଲେଇ, ଯୁବ ସମାଜସେବୀ ବିଭୂତି ଭୂଷଣ ଦାସ ଏବଂ ଏମ୍ବିକେ ଆରତୀ ନାୟକ ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ଏବଂ ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ବିଜୟ କୁମାର ଜେନା, ଅସିତ କୁମାର ସାମଲ, ଦିବାକର ରାଉତ, ହରିହର ସାହୁ ଓ ବିକାଶ ମହାନ୍ତି ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଅନୁପ୍ରାଣିତ ହୋଇ ସମାଜ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଦେଶସେବାରେ ଉତ୍ସର୍ଗୀକୃତ ସେନା ଅଧିକାରୀ ପୁନାନନ୍ଦ ମହାନ୍ତି, ବୀର ଯବାନ ଗଣେଶ ଚନ୍ଦ୍ର ସାମଲ, କ୍ଷୀରୋଦ ନାୟକ, ପ୍ରଶାନ୍ତ କୁମାର ସାହୁ, ପୋଲିସ ଅଧିକାରୀ ତ୍ରିଲୋଚନ ବେହେରା, ଶତାୟୁ ବରିଷ୍ଠ ନାଗରିକ ସୁନାକର ବେହେରା, ପୂଜକ ଅନନ୍ତ ଚରଣ ପଣ୍ଡା ଏବଂ ନାଟ୍ୟକାର କିଶୋର ଚନ୍ଦ୍ର ଦାଶଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବଜାର କମିଟିର ସଂଗଠନ ସମ୍ପାଦକ ପ୍ରକାଶ ବେହେରା, ବଳରାମ ସାହୁ, କ୍ଷୀରୋଦ ଦାଶ, ପ୍ରଦୀପ ପଲେଇ, ରମେଶ ବେହେରା, ବିଜୟ ଦାଶ, ରମେଶ ମହାନ୍ତି, ମାୟାଧର ସାହୁ, ସରୋଜ ଦାସ, ଅବଦୁଲ ମନାନ, ବାସବ ବେହେରା, କୈଶୋର ଦାସ, ବିଚିତ୍ରା ରାଉତ, ସ୍ୱର୍ଣ୍ଣଲକ୍ଷ୍ମୀ ଦାସ ଏବଂ ରୋଜି ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
