ହମ୍ପସରେ ଧଳା ପଟି, ପ୍ରଶାସନକୁ ଅଭିନବ ୪୨ମୌଜା ସଙ୍ଗଠନର କୃତଜ୍ଞତା

ରାଜ୍ୟ
Spread the love

କଟକ ୮।୧୦ : କଟକ ସଦର ଅନ୍ତର୍ଗତ ୪୨ମୌଜା ଅଞ୍ଚଳର ବିଭିନ୍ନ ରାସ୍ତାରେ ନୂତନ ଭାବେ ନିର୍ମିତ ହମ୍ପସ ଗୁଡ଼ିକରେ ଦୃଶ୍ୟମାନ ଚିହ୍ନ ନଥିବାରୁ ରାତ୍ରି ସମୟରେ ଯାତାୟାତରେ ସମସ୍ୟା ଓ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ଏହି ସମସ୍ୟାକୁ ନେଇ ଅଭିନବ ୪୨ମୌଜା ସଙ୍ଗଠନ ପକ୍ଷରୁ ସଚେତନତା ସୃଷ୍ଟି ସହ ହମ୍ପସ ଗୁଡ଼ିକରେ ରିଫ୍ଲେକ୍ଟର ଲଗାଯାଇଥିଲା |
ପରବର୍ତ୍ତୀ ସମୟରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ହମ୍ପସଗୁଡ଼ିକରେ ଧଳାରଙ୍ଗର ପଟି ଲଗାଯାଇଛି। ଏହା ଫଳରେ ଦିନ ଓ ରାତି ସମୟରେ ହମ୍ପସ ଗୁଡ଼ିକ ଅଧିକ ଦୃଶ୍ୟମାନ ହେବା ସହ ଯାନବାହନ ଚାଳକ ଓ ସାଧାରଣ ଲୋକଙ୍କ ଯାତାୟାତରେ ସୁବିଧା ହୋଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି |
ଜନସ୍ୱାର୍ଥ ସମ୍ବଳିତ ଏହି ବିଷୟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେଇଥିବାରୁ ରାସ୍ତା ଓ ଗୃହନିର୍ମାଣ ବିଭାଗ, ଓଡ଼ିଶା ସରକାରଙ୍କୁ ଅଭିନବ ୪୨ମୌଜା ସଙ୍ଗଠନ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। ଆଗାମୀ ଦିନରେ ମଧ୍ୟ ଜନସୁରକ୍ଷା ସମ୍ବନ୍ଧୀୟ ଏଭଳି ପଦକ୍ଷେପ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *