କଟକ ସଦର : କଟକ ସଦର ଅନ୍ତର୍ଗତ ପାଇକସାହି ଗ୍ରାମର ବିଶିଷ୍ଟ ପଣ୍ଡିତ ଦେବେନ୍ଦ୍ର ମିଶ୍ରଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।
ଦୀର୍ଘ ୪୦ ବର୍ଷ ଧରି ସେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ଯଜ୍ଞ ଓ ଧାର୍ମିକ ଅନୁଷ୍ଠାନରେ ପୌରୋହିତ୍ୟ କରି ନିଜର ଅଗାଧ ପାଣ୍ଡିତ୍ୟ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପାଇକସାହିସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବହୁ ବିଦ୍ୱାନ ପଣ୍ଡିତ, ବ୍ରାହ୍ମଣ ସମାଜର କର୍ମକର୍ତ୍ତା ତଥା ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
