୪୨ମୌଜା ରୋନକ ମୋଟର୍ସ ୟାମା ଶୋ’ ରୁମ୍ ପକ୍ଷରୁ ଧମାକା ଅଫର

ରାଜ୍ୟ
Spread the love

କଟକ : କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ବ୍ରହ୍ମପୁର ସ୍ଥିତ କ୍ରିଷ୍ଣା ମଣ୍ଡପ ନିକଟରେ ରୋନକ ମୋଟର୍ସ ୟାମା ଶୋ’ ରୁମ୍ ରେ ମା” ଦୂର୍ଗାଙ୍କ ଦଶହରା ଉପଲକ୍ଷେ ନବରାତ୍ରୀରେ ପୂଜାଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ ରୋନକ ମୋଟର୍ସ ୟାମା ଶୋ’ ରୁମ୍ ର ମୁଖ୍ୟ ପରିଚାଳକ ବସନ୍ତ କୁମାର ଦେବତା ଉପସ୍ଥିତ ରହି ପରିଚାଳନା କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ସମାଜସେବୀକା ସୁରଭି କୁମାରୀ ସ୍ୱାଇଁ, ସମାଜସେବୀ ଆନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଦଶହରା ଉତ୍ସବରେ ସମସ୍ତଙ୍କ ପାଇଁ ଧମାକା ଅଫର ରହିଛି ବୋଲି ଶ୍ରୀ ଦେବତା କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳରୁ ୫୦ରୁ ଉର୍ଦ୍ଧ୍ବ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *