ଋତୁପର୍ଣ୍ଣା କଳାସାହିତ୍ୟ ସଂସଦର ଅଷ୍ଟମବାର୍ଷିକ ଲୋକକଳା ମହୋତ୍ସବ – 2026 ଓ ବନ୍ଧୁମିଳନ ପର୍ବ

ରାଜ୍ୟ
Spread the love

ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲ ର ଜୟପ୍ରକାଶ ମଇଦାନ ରେ, ତିର୍ତ୍ତୋଲ କୁମାରୋତ୍ସବ ସମିତି ମଞ୍ଚରେ, ଋତୁପର୍ଣ୍ଣା କଳାସାହିତ୍ୟ ସଂସଦ ର ଅଷ୍ଟମବାର୍ଷିକ ଲୋକକଳା ମହୋତ୍ସବ 2026 ଓ ବନ୍ଧୁମିଳନପର୍ବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅକ୍ଷୟ କୁମାର ଦାସ ସଭାପତିତ୍ବ କରିଥିଲେ l ସମ୍ପାଦିକା ରଜଶ୍ରୀ ସ୍ୱାଇଁ ବିବରଣୀପାଠ ଓ ସ୍ୱାଗତଭାଷଣ ଦେଇଥିବାବେଳେ, ମୁଖ୍ୟଅତିଥି ଭାବେ ଓ ସି ଡି ସି ର ନିର୍ଦ୍ଦେଶକ ଗଗନବିହାରୀ ସ୍ୱାଇଁ, ମୁଖ୍ୟବକ୍ତା ବିଜୁପଟ୍ଟନାୟକ ଫିଲ୍ମମ ଟେଲିଭିଜନ ପ୍ରତିଷ୍ଠାନ ଅଧ୍ୟକ୍ଷ ଡଃ ହିମାଂଶୁ ଖଟୁଆ ଓ ସମ୍ମାନିତ ଅତିଥିଭାବେ ଝଙ୍କଡ଼ରତ୍ନ ଗୋଲକବିହାରୀ ପଲାଇ, ଆକାଶବାଣୀ ଓ ଦୂରଦର୍ଶନ ର ସମ୍ବାଦ ପାଠକ ଶୁଭେନ୍ଦୁ ମହାନ୍ତି, ସୋନୁ ମଲ୍ଲିକ, ଆଇନୀଜୀବି ବିଶ୍ୱଜିତ ସୂର୍ଯ୍ୟବଂଶୀ, ପରିବେଶବିତ ଉତ୍କଳରଞ୍ଜନ ମହାନ୍ତି, ରେଡ଼କ୍ରସ ଆଲୁମିନି ର ରାଜ୍ୟସଭାପତି ସିଦ୍ଧାର୍ଥ କୁମାର ମହାନ୍ତି, ବିଶିଷ୍ଟ ସାରସ୍ୱତ ସାଧକ ଇଂ ପ୍ରାର୍ଥସାରଥୀ ପାଣିଗ୍ରାହୀ, ହିନ୍ଦୋଳ ବିକାଶମଞ୍ଚ ର ଆବାହକ ହେମନ୍ତ କୁମାର ଭରଦ୍ୱାଜ, ତିର୍ତ୍ତୋଲ କୁମାରୋତ୍ସବ ସମିତି ର ସଭାପତି ବିମଳ ମହାପାତ୍ର ଓ ସମାଜସେବୀ ହେମନ୍ତ କୁମାର ନାୟକ ପ୍ରମ୍ମୁଖ ମଞ୍ଚାସିନ ହୋଇ, କଳା ସାହିତ୍ୟ ସଂସ୍କୃତି ପ୍ରତ୍ୟେକ ଜାତିର ମେରୁଦଣ୍ଡ, ଏହାକୁ ସୁଦୃଢ କରିବାକ୍ଷେତ୍ରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ଭୂମିକା ବାସ୍ତବିକ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l

ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ ଅତିଥିପରିଚୟ ଓ ମଞ୍ଚପରିଚାଳନା କରିଥିବାବେଳେ ଅଭୟ କୁମାର ମହାରଣା ଓ ଶିକ୍ଷାବିତ ରଶ୍ମିତା ପାଣି କାର୍ଯ୍ୟକ୍ରମ ର ଉପସ୍ଥାପନା କରିଥିଲେ l ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଋତୁପର୍ଣ୍ଣା ଓ ଆଦିବାସୀ ସଂସ୍କୃତି ଭିତ୍ତିକ ପତ୍ରିକା କାପୁରମୂଲୀ କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା l ଏହାର ସମ୍ପାଦିକା କବିତା ମୁର୍ମୁ ଙ୍କ ସମେତ ସମାଜର ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଲାଭକରିଥିବା ବିଶିଷ୍ଟବ୍ୟକ୍ତିବିଶେଷ ଙ୍କୁ ମଧ୍ୟ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଋତୁପର୍ଣ୍ଣା ର କଳାକାର ମାନଙ୍କ ଦ୍ୱାରା ପରିବେଶିତ ନୃତ୍ୟସଙ୍ଗୀତ ଆଦି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ବେଶଉପଭୋଗ୍ୟ ହୋଇଥିଲା, ପ୍ରାରମ୍ଭରେ ସାରଳାସଂସ୍କୃତିଗବେଷକ ରମାକାନ୍ତ ରାଉଳ ସମସ୍ତଅତିଥି ଓ କଳାକାର ମାନଙ୍କୁ ମା ସାରଳା ଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ l ଶେଷରେ କୋଷାଧ୍ୟ୍ କ୍ଷ ପଣ୍ଡିତ ବାସବ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *