ତିର୍ତ୍ତୋଲ କୁମାରୋତ୍ସବ ସମିତିର ତେପନତମ ବାର୍ଷିକ ଉତ୍ସବ ଓ ପାଣିଜୟନ୍ତୀ ଉଦ୍‌ଘାଟିତ

ରାଜ୍ୟ
Spread the love

ଝଙ୍କଡ଼, ତା ୨୫/୧୦/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣାର ତିର୍ତ୍ତୋଲସ୍ଥିତ ଜୟପ୍ରକାଶ ମଇଦାନରେ କୁମାରୋତ୍ସବ ସମିତିର ୫୩ ତମ ବାର୍ଷିକ ଉତ୍ସବ ଓ ପାଣିଜୟନ୍ତୀ-୨୦୨୬ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ବିମଳକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପିର ସଭାପତି ପ୍ରତାପ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ସତ୍ୟଭାମା ମୂକବଧିର ମହାବିଦ୍ୟାଳୟର ନିର୍ଦ୍ଦେଶିକା ନିରୋଜାଲକ୍ଷ୍ମୀ ମହାପାତ୍ର ଓ ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲର ମୁଖ୍ୟ ନିର୍ମାଣ ଅଧିକାରୀ ଦେବଦତ୍ତ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସମୟରେ ସାରଳା ସେବକ ରମାକାନ୍ତ ରାଉଳ ମନ୍ତ୍ରପାଠ କରିବା ସହିତ ସମସ୍ତଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର ଓ ପ୍ରସାଦ ଅର୍ପଣ କରିଥିଲେ। ଉପଦେଷ୍ଟା ମଧୁସୂଦନ ପରିଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ସମ୍ପାଦକ ଅନୀଲ ମହାପାତ୍ର ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ‘ଝଙ୍କଡ଼ ରତ୍ନ’ ଗୋଲକ ବିହାରୀ ପଲାଇଙ୍କ ରଚିତ ପୁସ୍ତକ ‘କୁଆଁତାରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଶ୍ରୀମତୀ ନର୍ମଦା ବିଶ୍ୱାଳଙ୍କୁ ସମ୍ମାନଜନକ ‘ମାତେଶ୍ୱରୀ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର ସମ୍ପାଦିକା ରାଜଶ୍ରୀ ସ୍ୱାଇଁଙ୍କ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜେନାମଣି ଅନୀଲ ରାୟ, ଧୀରେନ ଦାସ, ନରେଶ ମହାପାତ୍ର, ନବକିଶୋର ମହାପାତ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ ମହାନ୍ତି, ସଂଯୋଜକ ମଳୟ ବାରିକ ଓ ସମୀକ୍ଷକ ମନୋଜ ରାୟଙ୍କ ସମେତ ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହା ପରେ ପରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *