ଗୋବିନ୍ଦପୁରର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁରଙ୍କ ପରଲୋକ : ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି

ରାଜ୍ୟ
Spread the love

ଝଙ୍କଡ଼, ତା. ୨୭.୧୦.୨୦୨୬: ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, କନକପୁରର ପୂର୍ବତନ ରାଜସ୍ୱ ନିରୀକ୍ଷକ ତଥା କଟକର ପ୍ରାକ୍ତନ ଭୂ-ଅର୍ଜନ ଅଧିକାରୀ (ଲ୍ୟାଣ୍ଡ ଅଫିସର) ରମେଶ ଚନ୍ଦ୍ର କୁଅଁର (୭୫)ଙ୍କର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କ ମରଶରୀର ସ୍ୱର୍ଗରଥ ଯୋଗେ ଜନ୍ମମାଟିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶହ ଶହ ଲୋକ ଉପସ୍ଥିତ ରହି ତାଙ୍କର ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚଙ୍କ ତରଫରୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, କଂଗ୍ରେସ ନେତା ଇଂ ହିମାଂଶୁ ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବେହେରା, ଯୁବନେତା ଲକ୍ଷ୍ମୀଧର ଦାଶ (ଚଗଲି), ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ, ମୂଳିସିଂହ ସରପଞ୍ଚ ତଥା ତିର୍ତ୍ତୋଲ ସରପଞ୍ଚ ସଂଘର ସଭାପତି ସଫି ଆଜାମ, ପଟିଲୋର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ମା’ ଶାରଳା ମନ୍ଦିରର ସେବାୟତ ରମାକାନ୍ତ ରାଉଳ, ବିଜୟ କୁମାର ରାଉଳ ଓ ଅରକ୍ଷିତ ରାଉଳଙ୍କ ସମେତ ଯୁବନେତା ଦେବେନ୍ଦ୍ର ନାଥ ମହାନ୍ତି, ଶୁଭନାରାୟଣ ନାୟକ, ସୁଧାକର ଦାସ, ପ୍ରଭାକର ସ୍ୱାଇଁ, ସୁଧାକର ବରାଳ, ଦିଗମ୍ବର ରାଉତ, ସୁଲେଖ ସାହୁ, ରବିନାରାୟଣ ଜେନା, ବୀରବର ବାରିକ, ଗୁରୁଚରଣ ବାରିକ ଓ ଅଭିଷେକ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ନୟନାରାଣୀ କୁଅଁର, ପୁତ୍ର ନରେଶ ଓ ଜିତେଶ, ପୂର୍ବତନ ସରପଞ୍ଚ ଆଲୋକପ୍ରଭା ଭୋଳ, ପୁତ୍ରବଧୂ ଛବି ଓ ପିଙ୍କି, ତଥା ନାତିନାତୁଣୀ ବାବା ଓ ନିକି ପ୍ରମୁଖ ଉପସ୍ଥିତ ଥିଲେ। ପରେ ନାରାୟଣ ଚନ୍ଦ୍ର ଭୋଳ, ସତ୍ୟଜିତ ଭୋଳ, ତପନ କୁମାର ସାହୁ ଏବଂ ନିରୋଜ ନଳିନୀ କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ୍ୟ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ନରେଶ ଚନ୍ଦ୍ର କୁଅଁର ମୁଖାଗ୍ନି ଦେଇଥିଲେ। ବିଶେଷକରି ତାଙ୍କର ସହପାଠୀ ତଥା କନକପୁର ଶାରଦା ଏକାଡେମୀର ୧୯୭୦ ବ୍ୟାଚ୍‌ର ସାଙ୍ଗସାଥୀମାନେ ମଧ୍ୟ ଏହି ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସ୍ମୃତିଚାରଣ କରିଛନ୍ତି।

Leave a Reply

Your email address will not be published. Required fields are marked *