ଝଙ୍କଡ଼, ୨୭/୧୦: ତିର୍ତ୍ତୋଲ ଅଞ୍ଚଳର ତେନ୍ତୁଳିପଦା ଗ୍ରାମର ବିଶିଷ୍ଟ ବ୍ୟକ୍ତିତ୍ୱ, ‘ଦିଗବଳୟ’ର ସମ୍ପାଦକ, ଗୀତିକବି ତଥା ସୁସାହିତ୍ୟିକ ସ୍ୱର୍ଗତ ଅଜୟ କେତନ ମହାନ୍ତିଙ୍କ ପାଇଁ ଏକ ଶୋକ ତଥା ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସଂଗଠନର ମିଳିତ ଉଦ୍ୟମ ଓ ଉପସ୍ଥିତିରେ ତିର୍ତ୍ତୋଲ କୁମାର ଉତ୍ସବ ମଞ୍ଚରେ ଏହି ସଭା ଆୟୋଜିତ ହୋଇଥିଲା। ‘ସୁଶ୍ରୀ ଶୁଭଶ୍ରୀ’ର ସମ୍ପାଦିକା ଡ଼. ବସନ୍ତ ମଞ୍ଜରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ଏହି ପ୍ରାର୍ଥନା ସଭାରେ କୁମାର ଉତ୍ସବର ସଭାପତି ବିମଳ କୁମାର ମହାପାତ୍ର, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମହାମଞ୍ଚର ସଭାପତି ଡ଼. ଅରୁଣ କୁମାର ପାଣି, ଆଇନ ପରାମର୍ଶଦାତ୍ରୀ ତଥା ଆଇନଜୀବୀ ମଞ୍ଜୁଲତା ରାଉତ, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷା କନକଲତା ସୂତାର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ସଂସ୍କୃତ ଶିକ୍ଷକ ଜିଲ୍ଲା ମହାସଂଘ ସମ୍ପାଦକ ବାସବ କୁମାର ନନ୍ଦ, ‘ଚକଲେଟ୍ ଭାଇ’ ଭାବେ ପରିଚିତ ହେମନ୍ତ କୁମାର ନାୟକ, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, କଟକ ଗୀତିକବି ସାହିତ୍ୟ ସମ୍ପାଦକ ପ୍ରେମଚାନ୍ଦ ମହାନ୍ତି, ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ଡ଼. ପ୍ରଶାନ୍ତ କୁମାର ଦାଶ, ‘ବଡ଼ ଖବର’ର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ, ଆଇନଜୀବୀ ଗତିକୃଷ୍ଣ ପତି, ‘ସୁଶ୍ରୀ ଶୁଭଶ୍ରୀ’ର ସଭାପତି ପ୍ରେମଚରଣ ରାଉତ, ଇଞ୍ଜିନିୟର ପଦ୍ମନାଭ ରାଉତ, ସାରସ୍ୱତ ମହାମଞ୍ଚ ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ‘ଗଙ୍ଗୋତ୍ରୀ’ର ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ବହୁ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ମହାନ୍ତିଙ୍କ ସାହିତ୍ୟିକ ଅବଦାନ ଓ ସମାଜସେବା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ଶେଷରେ ସ୍ୱର୍ଗତ ଆତ୍ମାର ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା।
