ଜଗତସିଂହପୁର/ତିର୍ତ୍ତୋଲ : ରାଜ୍ୟର ଏକ ଅଗ୍ରଣି ଆଧ୍ୟାତ୍ମିକ ସାରସ୍ୱତ ଓ ସମାଜସେବୀ ଅନୁଷ୍ଠାନ ବ୍ୟାସଫାଉଣ୍ଡେସନ ତରଫରୁ ଜଗତସିଂହପୁର ଜିଲ୍ଲାରେ ଏକ ଜରାଶ୍ରମ ପ୍ରତିଷ୍ଠା କରିବା ନିମନ୍ତେ ଦୀର୍ଘ ଦଶନ୍ଧିଧରି ପରିକଳ୍ପନା କରାଯାଉଥିଲା ବେଳେ ଗତ ଶୁକ୍ରବାର ଦିନ ସବୁ ପ୍ରତୀକ୍ଷା, ଅପେକ୍ଷାର ଅନ୍ତଘଟିଛି । ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଆବେଗପୂର୍ଣ୍ଣ ଆହ୍ଵାନ କୁ ଆଗ୍ରହର ସହିତ ଗ୍ରହଣ କରି, ଗରେଇ ପଞ୍ଚାୟତ ଅନ୍ତର୍ଗତ ନାଳିଆପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ସ୍ୱାଇଁ, ନିଜସ୍ଵ ସମ୍ପତି ରୁ ୪୦ ଡିସିମିଲ ଜମି, ମଣିଜଙ୍ଗା ସବରେଜିଷ୍ଟର ଅଫିସରେ , ଫାଉଣ୍ଡେସନ ନାମରେ କବଲା କରିଦେଇଛନ୍ତି।
ଖୁବଶୀଘ୍ର ଶ୍ରୀ ସ୍ଵାଇଁ ଙ୍କ ଦ୍ଵାରା ଦାନ ଜମିରେ, ବ୍ୟାସ ବିଷ୍ଣୁ ସ୍ନେହାଳୟ ଜରାଶ୍ରମ ପ୍ରତିଷ୍ଠା କରାଯିବ ବୋଲି, ଫାଉଣ୍ଡେସନର ସଭାପତି ଡଃ ସିଦ୍ଧେଶ୍ୱର ପଣ୍ଡା ଓ କର୍ମକର୍ତ୍ତା ବିବେକାନନ୍ଦ ହୋତା ଓ ଉପସଭାପତି ରଶ୍ମିତା ନାୟକ ପ୍ରମୁଖ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ଭୂମିଦାତା ବିଷ୍ଣୁ ଚରଣ ସ୍ୱାଇଁ ଙ୍କୁ ଅନୁଷ୍ଠାନର ଉପଦେଷ୍ଟା ରମାକାନ୍ତ ରାଉଳ, ମା ସାରଳା ଙ୍କ ଉତ୍ତରୀୟ ଚନ୍ଦନ ସିନ୍ଦୁର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥଲେ। ବିଶେଷ କରି ଏହି ସମସ୍ତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ମଲ୍ଲିକ, ରଞ୍ଜନ କୁମାର ପ୍ରଧାନ , ସୂର୍ଯ୍ୟନାରାୟଣ ବେହେରା, ପଣ୍ଡିତ ଶରତ କୁମାର ଦାଶ , ଆଇନିପରାମର୍ଶ ଦାତା ହୃଷିକେଶ ନନ୍ଦ, ବିପିନ ମାଝି , ସାମ୍ୱାଦିକ ଶ୍ରୀକାନ୍ତ ଦାଶ , ସାମ୍ୱାଦିକ ରଞ୍ଜନ କୁମାର ମଲ୍ଲିକ, ଦାମୋଦର ବସନ୍ତିଆ , ଅକ୍ଷୟ କୁମାର ସାହୁ, ତାପସ ସେଠୀ ପ୍ରମୁଖ ବହୁ କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ମାନେ ସକ୍ରିୟ ଅଂଶ ଗ୍ରହଣ କରି, ବ୍ୟାସ ଫାଉଣ୍ଡେସନ ଏହି ଜନମଙ୍ଗଲ କାର୍ଯକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !!
