09e9719f 0f40 4fbf Ae28 8560cc91e256

ପାଲା ଗାୟକ ନଗେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ଼ :  ବିଶିଷ୍ଟ ପାଲା ଗାୟକ, ଖ୍ୟାତନାମା କର୍ମକାଣ୍ଡ ପୁରୋହିତ ତଥା ସାରଳା ଟ୍ରଷ୍ଟର ପୁରାଣପଣ୍ଡା , ସାରଳା ବରପୁତ୍ର ସ୍ବର୍ଗତ ନଗେନ୍ଦ୍ର ନାଥ ଆଚାର୍ଯ୍ୟ ଙ୍କ ଦ୍ୱାଦଶାହ ଉପଲକ୍ଷେ, ତିର୍ତ୍ତୋଲ, କୋଲର ପଞ୍ଚାୟତ , ଅଢାପତି ସ୍ଥିତ ମା ବଜ୍ରମହାକାଳୀ ମନ୍ଦିର ପ୍ରାଙ୍ଗଣ ରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା) ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

E7d88443 9620 4656 993a 3190452d47fe

ଗତ ଗୁରୁବାର ଦିନ ଅପରାହ୍ନରେ, ଘୋଡ଼ା ନାଚ ଗୁରୁ ହେମନ୍ତ କୁମାର ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନୀଲ କୁମାର ଆଚାର୍ଯ୍ୟ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ଅଧ୍ୟାପକ ଅରୁଣ କୁମାର ପଣ୍ଡା , ଡଃ ନିମାଇଁ ଚରଣ ପରିଜା , ଗାୟକ ଶିଶିରକୁମାର ପଣ୍ଡା, ଗାୟକ ଅଭିମନ୍ୟୁ ନାୟକ, ମାୟାଧର ରାଉତ, ଶିଳ୍ପପତି ତପନ ଦାସ, ସଙ୍କୀର୍ତ୍ତନମଣ୍ଡଳୀ ସମ୍ପାଦକ ଭଗବାନ ଦାସ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପ୍ରହ୍ଲାଦ ଦାଶ, ରାମକଥା ବିଶାରଦ ରବିନ୍ଦ୍ରନାଥ ମିଶ୍ର, ନଳିନୀ ସିଂହ , ପ୍ରଭାକର ଦାଶ ଓ ନାରାୟଣ ପତି ପ୍ରମୁଖ ସ୍ବର୍ଗତ ଆଚାର୍ଯ୍ୟ ଏ ଅଞ୍ଚଳର ଜଣେ ବହୁମୁଖୀ ପ୍ରତିଭାବାନ, ସରଳ ମିଷ୍ଟଭାଷୀ ପରୋପକାରୀ ଓ ଖ୍ୟାତନାମା ପାଲା ଗାୟକ ଭାବରେ ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କେତେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, କଳାକାର ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ, ସ୍ମୁତିକମିଟି ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଶୀଲ କୁମାର ଆଚାର୍ଯ୍ୟ , ଜୟଶ୍ରୀ ଆଚାର୍ଯ୍ୟ , ତ୍ରିଲୋଚନ ଆଚାର୍ଯ୍ୟ , ଅଭୟ ଆଚାର୍ଯ୍ୟ , ଅପର୍ଣ୍ଣା ଆଚାର୍ଯ୍ୟ , ମିଲି, ମାମା, ଲୋନି, ଦେବେନ୍ଦ୍ର ଆଚାର୍ଯ୍ୟ , ତ୍ରିଲୋଚନ ଆଚାର୍ଯ୍ୟ , ଭ୍ରମର ଆଚାର୍ଯ୍ୟ , ଅଭୟ ଆଚାର୍ଯ୍ୟ , ରବିନ୍ଦ୍ର ଆଚାର୍ଯ୍ୟ ଓ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ,ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିସରରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗାୟକ ଅଭିମନ୍ୟୁ ନାୟକ ଓ ସାଥୀମାନେ ପାଲା ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *