ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସାରଳାମନ୍ଦିର ପରିଦର୍ଶନ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼  :  ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ , ଖାଉଟିକଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତ ଶନିବାର ସନ୍ଧ୍ୟାରେ, ଆକସ୍ମିକ ଭାବେ, ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ଏଠାରେ ପହଞ୍ଚିବା ପରେ , ମାଆଙ୍କ ସିଂହଦ୍ଵାର ସମ୍ମୁଖରେ ତାଙ୍କୁ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ସି ଏସ ଓ ସୁଜାତା ମିଶ୍ର , ସାରଳା ମଣ୍ଡଳ ବିଜେପି ସଭାପତି ରୂପକ ଖୁଣ୍ଟିଆ, ବିଜେପି ନେତା ଅଶୋକ କୁମାର ମହାନ୍ତି, ରଜନୀକାନ୍ତ ରାଉଳ, ପ୍ରକାଶ ଚନ୍ଦ୍ର ସିଂହ, ସାରଳା ମଣ୍ଡଳ ବିଜେପି ସଭାପତି ଶୁଭକାନ୍ତ ରଣା, ପ୍ରମୁଖ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ।

ମାଆଙ୍କ ପୂଜାର୍ଚ୍ଚନା କରିବା ପରେ , ମନ୍ଦିର ବେଢ଼ା ପରିକ୍ରମା କରିବା ପରେ, ମନ୍ଦିରର କାର୍ଯ୍ୟାଳୟରେ ତାଙ୍କୁ ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଜେନା, ବରିଷ୍ଠ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ମନ୍ଦିରର ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା, ବରିଷ୍ଠ ସେବାୟତ ବିଶ୍ୱରଂଜନ ରାଉଳ , ତ୍ରିଲୋଚନ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ମାଆଙ୍କ ପ୍ରାସାଦ, ଉତ୍ତରୀୟ ଚନ୍ଦନ ସିନ୍ଦୁର ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥଲେ। ଏହି ଅବସରରେ , ରାଜ୍ୟସରକାରଙ୍କ ଦ୍ଵାରା , ମନ୍ଦିରର ରୂପାନ୍ତକରଣ ପାଇଁ ପ୍ରଦତ୍ତ,୪୨ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ରେ ମନ୍ଥରତl , ପୀଠର ସମ୍ପ୍ରସାରଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ବିଷୟରେ ଉପସ୍ଥିତ ଥିବା ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଉତ୍ତରରେ ମନ୍ତ୍ରୀ କହିଥିଲେ, ସାରଳାପୀଠର ବିକାଶ ପାଇଁ ଯାହାକିଛି ଅଭାବ ଅସୁବିଧା ଓ ସମସ୍ୟା ରହିଚି, ସେସବୁ ଲିଖିତ ଆକାରରେ ଦେଲେ, ଆମେ ତାହାକୁ ହାଇଲେବୁଲ କମିଟି ରେ ପକାଇ, ଆଶୁ ସମାଧାନ ର ବ୍ୟବସ୍ଥା କରିବୁ। ମନ୍ତ୍ରୀ ଙ୍କ ସହିତ ବରିଷ୍ଠ ବିଜେପି ନେତା ଚିତ୍ତରଞ୍ଜନ କଂସ ଙ୍କୁ ମଧ୍ୟ ଅନୁରୂପ ଭାବରେ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *