ମୁଳିସିଂହ ଜାଭିୟର୍ସ ପବ୍ଲିକ ସ୍କୁଲରେ ଲାଲବାହାଦୁର ଶାସ୍ତ୍ରୀଙ୍କ ୫୯ତମ ଶ୍ରାଦ୍ଧୋତ୍ସବ ପାଳନ

ରାଜ୍ୟ
Spread the love

ଝଙ୍କଡ଼ :  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କର୍ ୫୯ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ, ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂହ, ସହରହାଟ ସ୍ଥିତ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ, ଜଗତସିଂହପୁର ସାରସ୍ବତ ପରିଷଦ ର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଶେଖର ଶେଖର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।

ଶାସ୍ତ୍ରୀଜି ଙ୍କ ପରି ଜଣେ ନିତିଜ୍ଞ , ସର୍ବଜନପ୍ରିୟ ଦେଶପ୍ରେମୀ ଜନନାୟକ, ଆଜିର ଦୁନିଆଁ ରେ ବିରଳ। ଦେଶବାସୀ ଙ୍କ ପାଇଁ , ତାଙ୍କର ଜୟ ଯବାନ ଜୟ କିଷାନ ଆହ୍ଵାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା । ମୁଖ୍ୟଅତିଥି ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ , ମୋନାଲିସା ଭଟ୍ଟ , ସସ୍ମିତା ବିଶ୍ବାଳ , ସାହିସ୍ତା ପରଓୟନି , ଶିକ୍ଷକ ପ୍ରଭାତ କୁମାର ଗୁଇଁ , ଅଶୋକ କୁମାର ବେହେରା, ଓ ଅଭିଭାବକ ମହମ୍ମଦ କରିମ୍ ଖାଁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ, ଏହି ଅବସରରେ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ, ଶାସ୍ତ୍ରୀ ଜି ଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *