ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମର ସର୍ବ ବରିଷ୍ଠ ସେବାୟତ, ତଥା ବାୟାବାବାଙ୍କ ନିତ୍ୟସେବକ ରାମଚନ୍ଦ୍ର ରାଉଳ (୮୮) ଙ୍କର ଗତ ମଙ୍ଗଳବାର ସଂଧ୍ୟା ୭ଟା ୪୦ ମିନିଟ ସମୟରେ ହୃଦ୍ ଘାତରେ ପରଲୋକ ହୋଇଯାଇଛି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଜଗତସିଂହପୁର ସଦର ମେଡ଼ିକାଲ ରେ ଓ ପରେ ପରେ କଟକ ବଡ ମେଡିକାଲରେ ଚିକିତ୍ସିତ କରାଯାଉ ଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା | ତାଙ୍କର ବଡପୁଅ ବିଶ୍ୱରଂଜନ ରାଉଳ, ଝଙ୍କଡ଼ ସାରଳା ପୀଠ ସ୍ଥିତ, ଜଗନ୍ନାଥ୍ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ବହନ କରୁଥିଲେ | ତାଙ୍କ ବାପାଙ୍କ ଦେହାନ୍ତ ଖବର ପାଇ, ମହୋତ୍ସବ କମିଟି ର ମାର୍ଗଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ, ଓ ସମ୍ପାଦକ କ୍ଷୀରୋଦ କୁମାର ରାଉଳ, ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଅତ୍ୟନ୍ତ ମର୍ମାହତ ହୋଇ, ଗଭୀର ଶୋକ ପ୍ରକାଶ କରିଅଛନ୍ତି। ତାଙ୍କର ମରଶରୀର ଜନ୍ମସ୍ଥାନ ରେ ପହଞ୍ଚିବା ପରେ , ସାରଳା ମନ୍ଦିରର ବହୁ ପଣ୍ଡା ସେବକ, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମଧ୍ୟ ସମବେଦନା ଜ୍ଞାପନ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଆନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ବିଶ୍ୱରଂଜନ ମୁଖାଗ୍ନୀ ଦେଇଥିଲେ ।
