Zz

ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଆବାହକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ରାଜ୍ୟ
Spread the love

ପାରାଦ୍ୱୀପ : ଦିନ ପ୍ରତିଦିନ ସାଧାରଣ ମଣିଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ରେ ଅପମିଶ୍ରଣ କରିବା ବଢିବଢି ଚାଲିଛି । ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରିରେ କରାଯାଉଛି ଅପମିଶ୍ରଣ । ଏହାକୁ ରୋକିବାକୁ ଆରମ୍ଭ ହୋଇଛି ଏକ ବୈପ୍ଲବିକ ସଚେତନ ଅନୁଷ୍ଠାନ । ସାରା ରାଜ୍ୟରେ ନିଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ନାମରେ ସାଧାରଣ ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରାଯାଇ ପାରୁଛି ।

ଏହିପରି ଏକ ଅନୁଷ୍ଠାନର ରାଜ୍ୟ ଆବାହକ ଭାବରେ ତିର୍ତ୍ତୋଲର ଯୁବ ସମାଜସେବୀ ବିବେକାନନ୍ଦ ହୋତାଙ୍କୁ ନିୟୋଜିତ କରାଯାଇଥିବାରୁ, ଜିଲ୍ଲା ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ ଓ ଶୁଭେତ୍ସା ଦିଆଯାଇଛି । ଏହି ଉପଲକ୍ଷେ ତିର୍ତ୍ତୋଲ ର ଆନନ୍ଦମଣ୍ଡପ ସଭାଗୃହରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଆମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଜ୍ଞାନଜ ସାମନ୍ତରାୟ, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଦେବ ପ୍ରସାଦ ମହାନ୍ତି, ରାଜ୍ୟ ସ୍ତରୀୟ ଉପସଭାପତି ଶରତ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ପବିତ୍ର କୁମାର କର, ମହିଳା ସଭାପତି ସ୍ନେହମୟୀ ଆଚାର୍ଯ୍ୟ । ବୈଠକ ପରିଚାଳନା ପଣ୍ଡିତ ଡଃ. ସିଦ୍ଧେଶ୍ବର ପଣ୍ଡା କରିଥିବା ବେଳେ, ବୈଠକ ଉଦଘାଟନ କରିଥିଲେ ପଣ୍ଡିତ ଶିଶିର କୁମାର ପଣ୍ଡା  । ବେଦ ମନ୍ତ୍ରର ଉଚ୍ଚାରଣ ମଧ୍ୟରେ ଶ୍ରୀଯୁକ୍ତ ବିବେକାନନ୍ଦ ହୋତାଙ୍କୁ ଅତିଥିମାନେ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *