A2333e39 3088 4c76 B42a E5d9f535bf13

ତିର୍ତ୍ତୋଲ ପଞ୍ଚାୟତ ସମିତି ର ସ୍ବତନ୍ତ୍ର ଅଧିବେଶନ : ଯୋଗଦେଲେ ମନ୍ତ୍ରୀ ଓ ସାଂସଦ

ରାଜ୍ୟ
Spread the love

ଭୁବନେଶ୍ବର/ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଗତ ମଙ୍ଗଳବାର ଦିନ ଅପରାହ୍ନରେ, ତିର୍ତ୍ତୋଲ ପଞ୍ଚାୟତ ସମିତି ର ଏକ ସ୍ବତନ୍ତ୍ର ଅଧିବେଶନ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବତନ୍ତ୍ର ଅଧିବେଶନ ରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ, ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଓ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇଥିବା ବେଳେ ବ୍ଲକ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଅତିରିକ୍ତ ବିଡିଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ମଞ୍ଚାସିନ ହେବାପାଇଁ ଆମନ୍ତ୍ରଣ କରିବାପରେ, ଜଗତସିଂହପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷl ସନ୍ଧ୍ୟାରାଣୀ ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ରଞ୍ଜିତା ସିଂହ , ସହକାରୀ ଯନ୍ତ୍ରୀ ସ୍ମୁତିମୟୀ ଜେନା ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ ମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସମୃଦ୍ଧ ଓଡିଶାର ନୂତନ ପରିଭାଷା, ” ବିକଶିତ ଗାଁ ବିକଶିତ ଓଡିଶା ” ବିଷୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୌଳିକ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ, ଅନୁନ୍ନତ ଜନଜାତିର ବସବାସ , କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳର ବିକାଶ ଓ ଉନ୍ନତିକାରଣ , ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ନୂତନ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଆଦି ବିଷୟରେ ତଥ୍ୟଭିତ୍ତିକ, ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସାଂସଦ ଶ୍ରୀ ତରାଇ, ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିି ବିକଶିତ ଓ ସମୃଦ୍ଧ ଭାରତ ଗଠନ ନିମନ୍ତେ, ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥଲେ। ଏହି ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତ ର ଅଭାବ ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା କରି ଏହାର ଆଶୁ ସମାଧାନ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *