ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ସଅଁରା ପଞ୍ଚାୟତର ସଂକେତପାଟଣା ଗ୍ରାମ ର ମାତ୍ର ୧୨ ବର୍ଷର ଶିଶୁପୁତ୍ର ଅଂଶୁମାନ ମହାନ୍ତି, ୭ବର୍ଷ ତଳେ ନିଜର ମାଆ ନିଳୀମା ମହାନ୍ତି ଙ୍କୁ ହରାଇଥିଲେ। ଗତ ମଙ୍ଗଳବାର ଦିନ ବାପା ସୁଧୀର କୁମାର ମହାନ୍ତି ମଧ୍ୟ ଇହଲୀଳା ତ୍ୟାଗ କରି ଚାଲିଗଲେ। ଘରେ ଏବେ ଏକମାତ୍ର ଜେଜେବାପା ବେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ।
ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ,ଜଗତସିଂହପୁର ଜିଲ୍ଲାର ଆଶୀର୍ବାଦ ସେବା ସଙ୍ଗଠନ ର ସଭାପତି ଜଗନ୍ନାଥ ବେହେରା ଙ୍କ ସମେତ ଜୟରାମ ସ୍ୱାଇଁ, ସନ୍ତୋଷ କରଣ , ପ୍ରଦୀପ୍ତ ମହାରଣା, ନିର୍ଦ୍ଦେଶକ ବିକ୍ରମ ଜେନା ପ୍ରମୁଖ, ବେସାହାରା ଅଂଶୁମାନ ଘରେ ପହଞ୍ଚି, ଚାଉଳ ଡାଲି ଚିନି ବିସ୍କୁଟ ଆଦି କିଛି ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିବା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ନିହାର କୁମାର ମହାନ୍ତି, ସାମ୍ୱାଦିକ ରମାକାନ୍ତ ରାଉଳ ଓ ନିରଞ୍ଜନ ସାହୁ ପ୍ରମୁଖ, ଓ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ। ତେବେ ଅଂଶୁମାନ ର ଉଚ୍ଚଶିକ୍ଷା ଲାଭ ସହିତ ଭବିଷ୍ୟତଗଠନ ପାଇଁ, ତିର୍ତ୍ତୋଲ ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହାୟତା ନିମନ୍ତେ ଆଗେଇ ଆସିବାକୁ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି।
