Nadda 1

ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ରାଜ୍ୟ
Share

କଟକ: ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା । ଐତିହାସିକ ବାଲିଯାତ୍ରା ପଡ଼ିଆ ବନିଲା ମୁକସାକ୍ଷୀ । ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି । କଟକ ଜିଲ୍ଲା ବଡ଼ମ୍ବାର ବରିଷ୍ଠ ନାଗରିକ ମଦନ ମୋହନ ସାହୁଙ୍କୁ ପ୍ରଥମେ ଆୟୁଷ୍ମାନ ‘ବୟୋ ବନ୍ଦନା’ କାର୍ଡ ପ୍ରଦାନ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଖୁବ୍ କମ୍ ସମୟ ମଧ୍ୟରେ ମୋହନ ସରକାରଙ୍କ ଟିମ୍ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିଛି । ଏହା insurance ଯୋଜନା ନୁହେଁ,  assurance ଯୋଜନା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଦୂରଦର୍ଶିତାର ପରିଣାମ ହେଉଛି ଆୁଷ୍ମାନ ଯୋଜନା । ରାଜ୍ୟବାସୀଙ୍କ ମଧ୍ୟରୁ ଏକ ବଡ଼ ଭାଗ ଏବେ ଏହି ଯୋଜନାର ଲାଭ ପାଇ ପାରିବେ ବୋଲି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।

ବିଗତ ପାଞ୍ଚ ବର୍ଷ ଭିତରେ ଦେଶର ୮ କୋଟି ୯୦ ଲକ୍ଷ ଲୋକଙ୍କ ଚିକିତ୍ସା ଏହି ଯୋଜନା ଅଧୀନରେ ହୋଇ ସାରିଛି। ଲୋକଙ୍କ ଚିକିତ୍ସାରେ ମୋଟ ୧.୩୬ ଲକ୍ଷ କୋଟି ଟଙ୍କା ଭାରତ ସରକାର ଖର୍ଚ୍ଚ କରି ସାରିଛନ୍ତି। ପ୍ରତି ଗ୍ରାମକୁ ଯାଇ ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିର୍ବାଚିତ ପ୍ରତିନିଧି, ସ୍ବାସ୍ଥ୍ୟ କର୍ମୀଙ୍କୁ ନିବେଦନ କରିଛନ୍ତି ଜେପି ନଡ୍ଡା।

ପୂର୍ବ ସରକାର ଏହି ଯୋଜନାକୁ ଲାଗୁ କରି ନଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ ହୋଇଛି । ରାଜ୍ୟବାସୀ  ଓଡ଼ିଶାରେ ପଦ୍ମ ଫୁଟାଇ ଦେଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ ଆଜି ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି। ବିଶେଷ କରି ରାଜ୍ୟର ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଏହା ଏକ ସୁନ୍ଦର ଯୋଜନା। ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଦ୍ଵିଗୁଣିତ ହୋଇଛି। ଏକ ଶକ୍ତ ସମାଜ ଗଠନ ପାଇଁ ସୁସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି। ତିନିଟି ପର୍ଯ୍ୟାୟରେ ୪ ହଜାର ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆ ସରିଛି। ଆଗାମୀ ଦିନରେ ଆହୁରି ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଡାକ୍ତର ନିଯୁକ୍ତ ହେବେ। ସେହିପରି ଆହୁରି ଅଧିକ ସଂଖ୍ୟକ ମେଡିକାଲ କଲେଜ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ  ।

Leave a Reply

Your email address will not be published. Required fields are marked *