ଜଗତସିଂହପୁର/ଝଙ୍କଡ଼ : ଓଡ଼ିଶାର ସର୍ବ ପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ ସାରଳା ଘଟ ନୃତ୍ୟ ସମ୍ପ୍ରତି ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ଆୟୋଜିତ ପ୍ରତିଭାଚୟନ ସିଜିନ୍ ଟୁ ରେ ନୃତ୍ୟ ପରିବେଷଣ କରିବା ପରେ, ଦର୍ଶକ ମାନଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହେବାର ଦେଖିବାକୁ ମିଳୁଛି । ପ୍ରଥମ ପର୍ଯ୍ୟାୟରେ ମହିଷମର୍ଦ୍ଦିନି ନୃତ୍ୟ , ଦ୍ବିତୀୟ ପର୍ଯ୍ୟାୟ ରେ ଘଟ ନୃତ୍ୟ, ତୃତୀୟ ପର୍ଯ୍ୟାୟ ରେ କାଳୀକା ତାଣ୍ଡବ ଓ ଅନ୍ତିମ ପର୍ଯ୍ୟାୟ ରେ ରଣପା ନୃତ୍ୟ ରେ ଷ୍ଟୁଡିଓ ରେ ଥିବା ଦର୍ଶକ ମାନଙ୍କ ସମେତ ବିଚାରକ ମଣ୍ଡଳୀର ଆଧ୍ୟାତ୍ମିକ ପ୍ରବକ୍ତା ସରଣାରବିନ୍ଦ ଓଝା, ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ଦାସ ଓ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ବିଶାରଦ ଶାଶ୍ଵତ ଯୋଶୀ ଚକିତ ବିସ୍ମିତ ଓ ଅଭିଭୂତ ହୋଇଯାଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ରେ ଅଭୟ କୁମାର ପଟ୍ଟନାୟକ , ଅଭିନନ୍ଦନ ଙ୍କ ସମେତ ପ୍ରାର୍ଥନା ଚ୍ୟାନେଲ ର ସମସ୍ତ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, କିଛି ବର୍ଷ ପୂର୍ବରୁ ତରଙ୍ଗ ଚ୍ୟାନେଲ ପକ୍ଷରୁ ଆୟୋଜିତ ବେଷ୍ଟ ଅଫ ଓଡିଶା ପ୍ରତିଯୋଗିତାରେ ଏହି ସାରଳା ଘଟ ନୃତ୍ୟ ସେମି ଫାଇନାଲ ରେ ମଧ୍ୟ ନୃତ୍ୟ ପରିବେଷଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।
