70086a8b 9169 4a7a 8a5f E530e463c177

ଝଙ୍କଡ଼ ସାହିତ୍ୟ ସଂସଦର ଚଇତିମଲ୍ଲୀ ଆସର

ରାଜ୍ୟ
Spread the love

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାରଳା ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ସୁରମ୍ଯ ତରୁଛାୟା ତଳେ ଝଙ୍କଡ଼ ସାହିତ୍ୟ ସଂସଦର ଚଇତିମଲ୍ଲୀ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟଅତିଥି ଭାବେ  ପ୍ରାଧ୍ୟାପିକା ଡ.ବିଷ୍ଣୁପ୍ରିୟା ଦାସ ଯୋଗଦାନ କରି ମଲ୍ଲୀଫୁଲର ମହକ ଭଳି ସାହିତ୍ୟର ସୁରଭି ପାଠକମାନଙ୍କ ମନକୁ ସୁରଭିତ କରିଥାଏ ବୋଲି  ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ଅତିଥି ବିଶିଷ୍ଟ ସାହିତ୍ୟିକ ନାରାୟଣ ନାୟକ,  କବୟିତ୍ରୀ ଗୋଲାପ ରାଣୀ ସାହୁ, କାର୍ଯ୍ୟକାରିଣୀ ସଭ୍ୟ ହେମନ୍ତ କୁମାର ନାୟକ ଓ କୋଷାଧ୍ୟକ୍ଷ ଝୁଲରାମ ଦାସ ପ୍ରମୁଖ ଯୋଗଦାନ କରି ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଓ ଚୈତ୍ରମାସ ପର୍ବପର୍ବାଣି ଉପରେ ବିଶଦ ଆଲୋଚନା କରିଥିଲେ । ସଂଗଠନ ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସଂପାଦକ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ତିର୍ତ୍ତୋଲ ଶିକ୍ଷାଜିଲ୍ଲା ପୂର୍ବତନ ଅତିରିକ୍ତ ଶିକ୍ଷାଧିକାରୀ ପ୍ରସନ୍ନ କୁମାର କର ଓ ହାସ୍ଯାଭିନେତା ଅଜୟ କୁମାର ନାୟକଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାମାନଙ୍କର ସଦଗତି କାମନା କରା ଯାଇଥିଲ। କବି ଦିଗମ୍ବର ରାଉତ, ଝଙ୍କଡ଼ କନ୍ୟା ସବିତା ନାୟକ, ଆରତି ଦାଶ ଓ ପ୍ରତିଭା ମିଶ୍ରଙ୍କ ସଂଯୋଜନାରେ ୩୦ ଜଣରୁ ଊର୍ଦ୍ଧ୍ବ କବି ଓ କବୟିତ୍ରୀ ତାଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଅଞ୍ଜନା ମହାନ୍ତି,ବାସୁଦେବ ପଟ୍ଟନାୟକ,
ପାୟଲ ମଣ୍ଡଳ, ଅଶୋକ କୁମାର ଲେଙ୍କା, ଆଶିଷ ପରିଜା, ରୁଦ୍ର ପ୍ରସାଦ ନନ୍ଦ, ପ୍ରଭାତ କୁମାର ପରିଜା, ଧର୍ମାନନ୍ଦ ମଲ୍ଲିକ, ଗୀତା ଦାସ ଓ ବଟକୃଷ୍ଣ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଉପଦେଷ୍ଟା ନିତ୍ୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *