ମାହାଙ୍ଗା : କୁହୁଣ୍ଡା ପଂଚାୟତ କଲ୍ୟାଣପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ବିଜେସ୍ଥଳୀରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ଅଧିବାସ, ପୂଜାର୍ଚ୍ଚନା, ସଂକୀର୍ତ୍ତନ, ଜାଗ ଯଜ୍ଞ ଭଳି ବିବିଧ କାର୍ଯ୍ୟକ୍ରମ ଭିତରେ ହରିହାଟ ଓ ନଗର କୀର୍ତ୍ତନ ଏବଂ ଦଧିହାଣ୍ଡି ଭଙ୍ଗା ଭଳି ବହୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଗ୍ରାମରେ ଶାନ୍ତି ମୈତ୍ରୀ, ସଦଭାବନା ଓ ଭାଇଚାରା ପ୍ରତିଷ୍ଠା ସାଙ୍ଗକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା, ଏହି ଉତ୍ସବର ମୂଳ ଲକ୍ଷ ବୋଲି କୁହାଯାଏ । ଏହି ଅଷ୍ଟ ପ୍ରହର ନାମଯଜ୍ଞରେ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମକୁ ସମାଜସେବୀ ରବୀନ୍ଦ୍ର ନାଥ ଦାସ,ବିଶ୍ୱନାଥ ପଲେଇ,ଅଖିଳେଶ ମହାନ୍ତି, ବିଜୟ କୁମାର ଦାସ,ଚକ୍ରଧର ବେହେରା, ଭାରତ ଭୂଷଣ ଦାସ, ସୁଶାନ୍ତ କୁମାର ଦାସ, ପ୍ରଣବ କୁମାର ବେହେରା, ଶିବ ପ୍ରସାଦ ବେହେରା, ଅଦୈତ ସାହୁ, ନବ କିଶୋର ବେହେରା, ତୁଷାରକାନ୍ତ ମହାନ୍ତି, କ୍ଷୀରୋଦ ଦାଶ, ଭାଗ୍ୟଧର ବେହେରା, ସୁମନ୍ତ ପଲେଇ, ଲକ୍ଷ୍ମୀଧର ବେହେରା, ରମେଶ ବେହେରା,ପ୍ରଦୀପ ପଲେଇ, ମନୋଜ ଦାସ, ଗୋବିନ୍ଦ ଦାସ, କୈଳାଶ ପଲେଇ, ଅରବିନ୍ଦ ପଣ୍ଡା, ରମେଶ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ବିଭୁତିଭୂଷଣ ଦାସ, ଦିଲୀପ ବାରିକ, କୈଳାଶ ଦାଶ, ସୁବାସ ଦାସ, ବ୍ରଜବନ୍ଧୁ ବେହେରା, ଗୟାଧର ବେହେରା, ମାନସ ବେହେରା,ପ୍ରମୁଖ ପରିଚାଳନା କରିଥିଲେ । ବିଭିନ୍ନ ଅଂଚଳରୁ ଅନୁଷ୍ଠାନର ନିମନ୍ତ୍ରଣ କ୍ରମେ ପହଂଚିଥିବା ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଷ୍ଟ ପ୍ରହରୀରେ ହରିନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ ।
