ବିଏସଏଫ ଯବାନଙ୍କ ହୃଦଘାତରେ ମୃତ୍ୟୁ, ସେନା ବାହିନୀ ପକ୍ଷରୁ ତୋପ ସାଲାମୀ

ରାଜ୍ୟ
Spread the love

ମାହାଙ୍ଗା  : ପଶ୍ଚିମବଙ୍ଗର ସିଲିଗୁଡ଼ି ଅଂଚଳରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ବୀର ଯବାନ ସୀତାକାନ୍ତ ଦାସଙ୍କ ଦେହାନ୍ତରେ ଶୋକରଛାୟା ଖେଳିଯାଇଛି ।  ଏହି ଯବାନ ନିଜ ଜନ୍ମମାଟି ଗୁଣୁପୁରକୁ ଆସିଥିବା ବେଳେ, ହୃଦଘାତର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ତେବେ ବଡ଼ଚଣା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।  ଯବାନ ସୀତାକାନ୍ତ ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ସେ ଅତ୍ୟନ୍ତ ନିଷ୍ଠାର ସହିତ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟକାରୀ ପ୍ରଶଂସିତ ହୋଇଛନ୍ତି ।


ଆଜି ତାଙ୍କ ମରଦେହ ଉପରେ ତ୍ରିରଙ୍ଗା ପତାକା ଆଚ୍ଛାଦିତ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ଜନ୍ମମାଟି ଗୁଣୁପୁରକୁ ନିଆଯାଇଥିଲା ।  ବିରୂପା ନଦୀ ତଟ ଗ୍ରାମ୍ୟ ଶ୍ମାଶନରେ ଏହି ସୈନିକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ୩ ବାହିନୀ ପକ୍ଷରୁ ତୋପ ସଲାମୀ ସହିତ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ଦେଖିବାକୁ ମିଳିଥିଲା ।  ମାହାଙ୍ଗା ଏବଂ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବହୁ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ପଞ୍ଚାୟତର ହଜାର ହଜାର ଜନସାଧାରଣ ବୀର ଯବାନ ସୀତାକାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।  ଶୋକାକୁଳ ପରିବେଶ ମଧ୍ୟରେଏହି ବୀର ଯବାନଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *