8cbfc278 279e 493d Bebd E60d6601b216

ଝଙ୍କଡ଼ ସତସଙ୍ଗ କେନ୍ଦ୍ରରେ ପାଳିତ ହେଲା ପୁଷ୍ପଲତା ସ୍ୱାଇଁଙ୍କ ଏକାଦଶତମ ଶ୍ରାଦ୍ଧୋତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ଙ୍କ ସହଧର୍ମିଣୀ ସ୍ବର୍ଗତl ପୁଷ୍ପଲତା ସ୍ୱାଇଁ ଙ୍କ ଏକାଦଶବାର୍ଷିକ ଶ୍ରାଦ୍ଧୋତ୍ସବ , ଝଙ୍କଡ଼ ସାରଳା ପୀଠ ର ମୁଖ୍ୟପ୍ରବେଶ ପଥରେ ପ୍ରତିଷ୍ଠିତ ଝଙ୍କଡ଼ ସତସଙ୍ଗ କେନ୍ଦ୍ରରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ମଧ୍ୟରେ ପାଳିତ ହୋଇ ଯାଇଛି। ସ ପ୍ର ରି ପଣ୍ତିତ ହୃଷୀକେଶ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ପୂଜାର୍ଚ୍ଚନା, ଆରତୀ, ସମୁହ ପ୍ରାର୍ଥନା ସହିତ ଠାକୁର ଙ୍କ ସ୍ବରଚିତ ଭକ୍ତି ସଙ୍ଗୀତ ଉପରେ ଆଧାରିତ ଏକ ଭଜନସମାରୋହ ଅନୁଷ୍ଠିତ ହେଇଥିଲା।

F68a3406 5fb3 4264 87e8 3c0c9f9a8a01

ବିଶେଷ କରି ମାନବ ସମାଜରେ ଆଧ୍ୟାତ୍ମିକ ଚିନ୍ତା ଚେତନା ର ବିକାଶ ପାଇଁ ଶ୍ରୀ ଶ୍ରୀ ଠାକୁର ଙ୍କ ମାର୍ଗ ଦର୍ଶନ କୁ ଆଧାର କରି ବିଦ୍ୟ ସତସଙ୍ଗ ରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକରେ ଅଶ୍ଵିନୀ ସାହୁ, ବିଷ୍ଣୁ ଚରଣ ସାହୁ, ପ୍ରଶାନ୍ତ ଲେଙ୍କା, ଅଧ୍ୟାପକ ଦୀପକ ସିଂହ, ଆଇନଜୀବି ଟୁକୁନ ସେଠୀ, ଶିକ୍ଷାବିତ୍ ପ୍ରଭାକର ପଶାୟତ , ସେବାନିବୃତ୍ତ ବ୍ଲକ ଶିକ୍ଷାଅଧିକାରୀ ପବିତ୍ର କର, ଆଇନଜୀବି ମହେଶ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଉତ୍ତମ କୁମାର ରାଉତ ପ୍ରାରମ୍ଭିକ ସୂଚନା ଦେବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ତେବେ ଝଙ୍କଡ଼ ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ଅଧ୍ୟକ୍ଷ ଜ୍ଞନଜ କୁମାର ସାମନ୍ତରାୟ ନିଜର ପତ୍ନୀ ଙ୍କ ଏଠାରେ ପାଳନ କରିବା ପ୍ରୟାସ ବାସ୍ତବିକ ପ୍ରଶଂସନୀୟ ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା। ସତସଙ୍ଗକର୍ମୀ ଶରତ ଚନ୍ଦ୍ର ନାୟକ , ହେମନ୍ତ ବର୍ଦ୍ଧନ ଓ ରବିନାରାୟଣ କର ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *