ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ପକ୍ଷରୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କଲେ ରୁବିଓ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ହ୍ୱାଇଟ ହାଉସକୁ ନିମନ୍ତ୍ରଣ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ଏପରି ନିମନ୍ତ୍ରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମୋଦିଙ୍କୁ ହ୍ୱାଇଟ ହାଉସକୁ ରୁବିଓ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି। ସେହିପରି ରୁବିଓଙ୍କ ସହ ମୋଦି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଓ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ରୁବିଓ ଆଜି ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Highcourt 750x430 1

ମୁନା ସମେତ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ (Police SI Exam Scam)ର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୧୭ ଜଣଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତଦନ୍ତରୁ ମିଳିଥିବା ତଥ୍ୟ ଓ ଅପରାଧର ଗମ୍ଭୀରତା ଦୃଷ୍ଟିରୁ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦକୁ ହାଇକୋର୍ଟ ଖାରଜ କରିଛନ୍ତି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପାଇଁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସିଲିକନ ମାଲିକ ସୁରେଶ ନାୟକ ଷଡ଼ଯନ୍ତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରେନ୍‌ରେ ଅଳିଆ ଓ ପଙ୍କ ଭର୍ତ୍ତି, ବର୍ଷା ପୂର୍ବରୁ କଟକରେ ଜଳବନ୍ଦୀ ଚିନ୍ତା

ଆଉ ଅଳ୍ପ ଦିନ ପରେ ଆସିବ ବର୍ଷା ଋତୁ। ବର୍ଷା ଋତୁ ଆସିଲେ କଟକ ସହରବାସୀଙ୍କ ଚିନ୍ତା ବଢ଼ିଯାଏ। କାରଣ ବର୍ଷା ଦିନେ ସହରରେ ଦେଖାଯାଏ ଜଳବନ୍ଦୀ ସମସ୍ୟା। ଜଳବନ୍ଦୀ ଯୋଗୁ ସାଧାରଣ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ମୌସୁମୀ ବାୟୁ ଆସିବା ପୂର୍ବରୁ କଟକ ସହରବାସୀ ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ସହରର ନାଳନର୍ଦ୍ଦମାଗୁଡ଼ିକରୁ ଅଳିଆ-ଆବର୍ଜନା ଓ ପଙ୍କ ବାହାର କରିବା କାର୍ଯ୍ୟ ଶେଷ ହୋଇନାହିଁ। ଏପର୍ଯ୍ୟନ୍ତ ପଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

୧୫ଦିନରେ ତୃତୀୟଥର: ପୁଣି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ମାତ୍ର ୧୫ଦିନ ମଧ୍ୟରେ ତୃତୀୟଥର ପାଇଁ ପୁଣିଥରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଛୁଟିଦିନରେ ଖାରବେଳ ଭବନଠାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଶିଳ୍ପାୟନ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁସାରେ, ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ନିଜର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

କର୍ମଚାରୀଙ୍କ ଛୁଟି ବାତିଲ କଲା OPTCL , ବିନାନୁମତିରେ ମୁଖ୍ୟାଳୟ ଛାଡ଼ିବା ମନା

ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଓଭରଲୋଡ୍ ଯୋଗୁ ରାଜ୍ୟରେ ପାୱାର କଟ୍ ହେଉଛି ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଥିବାବେଳେ ଏହି ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(ଓପିଟିସିଏଲ) ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଓପିଟିସିଏଲ୍ ଆଜି ତା’ର ସମସ୍ତ ବର୍ଗର କର୍ମଚାରୀଙ୍କ ଛୁଟିକୁ ତତ୍କାଳ ପ୍ରଭାବରୁ ରଦ୍ଦ କରିଦେଇଛି। ଏହାସହିତ କୌଣସି […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ

ପୁରୀ: ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାଆମ ସମସ୍ତଙ୍କ ପାଇଁ ଏକ ଦିବ୍ୟ ଅନୁଭୂତି। ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସୁଚାରୁ ତଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆଗେଇ ଚାଲିଛି। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା କମିଟିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଥୀଅଧିକାରୀ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ନୀଳକଣ୍ଠ ଭଜନ ସନ୍ଧ୍ୟାର ଭକ୍ତିସଙ୍ଗୀତ ଆସର

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାସାରଳା ଠାକୁରାଣୀ ଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗତ ଶୁକ୍ରବାର ସନ୍ଧ୍ୟାରେ, ଯାଜପୁର ବୈତରଣୀ ରୋଡ଼ ସ୍ଥିତ ନୀଳକଣ୍ଠ ଭଜନ ସନ୍ଧ୍ୟାର କଳାକାର ମାନଙ୍କ ଦ୍ୱାରା ଏକ ଭଜନସମାରୋହ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରଯୋଜକ ପଦ୍ମନାଭ ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ର ଆସରରେ ସଙ୍ଗୀତନିର୍ଦ୍ଦେଶକ ଶିବରାମ ଜେନା ଉପସ୍ଥାପନା କରିଥିଲେ l ଏଥିରେ ଖ୍ୟାତନାମା କଣ୍ଠଶିଳ୍ପୀ ଚିଣ୍ଟୁ ନାଥ, […]

ସଂପୂର୍ଣ୍ଣ ପଢନ୍ତୁ

NCERT ପାଠ୍ୟପୁସ୍ତକରେ ‘ଅଲଚିକି’ର ପ୍ରଚଳନ ଦାବି

ନୂଆଦିଲ୍ଲୀ : ସାନ୍ତାଳୀ ଭାଷା ଶିକ୍ଷାରେ ‘ଅଲଚିକି’ ଲିପିର ସାର୍ବଜନୀନ ବ୍ୟବହାର ଏବଂ ସାନ୍ତାଳୀ ସଂସ୍କୃତିର ସଂରକ୍ଷଣ ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ନୂଆଦିଲ୍ଲୀର ପ୍ରତିନିଧିତ୍ୱ କରୁଥିବା ସାନ୍ତାଳୀ ମାସିକ ସମ୍ବାଦ ପତ୍ରିକା ‘ଫାଗୁନ୍’ର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ​ଏହି ସାକ୍ଷାତକାର ସମୟରେ ପ୍ରତିନିଧି ଦଳ NCERT ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରକାଶିତ ସାନ୍ତାଳୀ ପାଠ୍ୟପୁସ୍ତକଗୁଡ଼ିକରେ ‘ଅଲଚିକି’ […]

ସଂପୂର୍ଣ୍ଣ ପଢନ୍ତୁ

ଦେବୀ ନଦୀରେ ବୁଡି ଜଣେ ଯୁବକ ମୃତ, ଅନ୍ୟ ଜଣେ ଉଦ୍ଧାର

ବାଲିକୁଦା: ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ପଞ୍ଚାୟତ ଅସିଲ ଗ୍ରାମ ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରୁ ମାଛ ଧରିବାକୁ ଯାଇଥିବା ଉକ୍ତ ପଞ୍ଚାୟତର ସଂଗ୍ରାମ ପରିଡା (୨୮) ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ସହଯୋଗୀ ମିଲୁ ପରିଡା ମଧ୍ୟ ବୁଡ଼ିଯାଉଥିବାବେଳେ ସ୍ଥାନୀୟ ଲୋକ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ ସୁକିଦା ଗ୍ରାମର ସଂଗ୍ରାମ ଯିଏକି କଟକରେ ରହି ନିଜର ବ୍ୟବସାୟ କରିଥାନ୍ତି ସେ ଗତ ୨ ଦିନ ତଳେ […]

ସଂପୂର୍ଣ୍ଣ ପଢନ୍ତୁ

ବିକ୍ଷୋଭରତ ମହାନଦୀ ବଞ୍ଚାଓ ଆନ୍ଦୋଳନ ସଦସ୍ୟଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ଟ୍ରିବୁନାଲ ପାଖରେ ଯୁଗ୍ମ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ମହାନଦୀରେ ଉପଲବ୍ଧ ଜଳ ରାଶିର ତଥ୍ୟ ବିଭ୍ରାନ୍ତିକର ଓ ଏହା ଓଡିଶା ସ୍ୱାର୍ଥର ପରିପନ୍ଥୀ ବୋଲି ଅଭିଯୋଗ କରି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ଯୋଜନା କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ଦାବିପତ୍ର ପ୍ରଦାନ ପୂର୍ବରୁ ପୁଲିସ ବିକ୍ଷୋଭରତ ସଦସ୍ୟଙ୍କୁ ଉଠାଇନେଇଥିଲେ। ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମକର୍ତ୍ତାଙ୍କ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ