ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାସାରଳା ଠାକୁରାଣୀ ଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗତ ଶୁକ୍ରବାର ସନ୍ଧ୍ୟାରେ, ଯାଜପୁର ବୈତରଣୀ ରୋଡ଼ ସ୍ଥିତ ନୀଳକଣ୍ଠ ଭଜନ ସନ୍ଧ୍ୟାର କଳାକାର ମାନଙ୍କ ଦ୍ୱାରା ଏକ ଭଜନସମାରୋହ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରଯୋଜକ ପଦ୍ମନାଭ ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ର ଆସରରେ ସଙ୍ଗୀତନିର୍ଦ୍ଦେଶକ ଶିବରାମ ଜେନା ଉପସ୍ଥାପନା କରିଥିଲେ l ଏଥିରେ ଖ୍ୟାତନାମା କଣ୍ଠଶିଳ୍ପୀ ଚିଣ୍ଟୁ ନାଥ, ସସ୍ମିତା, ପ୍ରିୟଙ୍କା ଓ ଅତିଥିକଳାକାର ବିଳାସ ଚନ୍ଦ୍ର ବେହେରା ପ୍ରମ୍ମୁଖ ଭଜନ ପରିବେଷଣ କରିଥିବାବେଳେ, ସମୟ ପଣ୍ଡା, ଶିଶିର ଦାସ ଓ ତରୁଣ ମଲ୍ଲିକ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l
ମା ସାରଳା ଙ୍କ ସେବାୟତ ଅନନ୍ତ ଚରଣ ରାଉଳ, ସମାଜସେବୀ ନୃସିଂହ ଚରଣ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର ଓ ମାଲ୍ୟାର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା l
