Screenshot 2025 07 01 110412 750

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୪ ଓଡ଼ିଆ ମୃତ

ରାଜ୍ୟ
Spread the love

ହାଇଦ୍ରାବାଦ\ଭୁବନେଶ୍ୱର: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୪ ଓଡ଼ିଆ ମୃତ। ୪ ଜଣ ଆହତ। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି। ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ଏଯାଏଁ ବିସ୍ଫୋରଣ ଘଟଣାରେ ୩୭ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି।  ଏ ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଜଣିଆ ଟିମ୍ ଘଟଣାସ୍ଥଳ ଗସ୍ତ କରିଥିବା ବେଳେ ଏ ସୂଚନା ସାମ୍ନାକୁ ଆସିଛି।

ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫାରଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଛାତର ଭଗ୍ନାବଶେଷ ଉଡ଼ି ନିକଟବର୍ତ୍ତୀ ଗଛ ଉପରେ ପଡ଼ିଥିଲା। ଜଣେ ଶ୍ରମିକ କହିଛନ୍ତି ଯେ ଜଳଖିଆ ପରେ ସେମାନେ କାମ ଆରମ୍ଭ କରିବାକୁ ଫେରିବା ମାତ୍ରେ ହଠାତ୍ ଏକ ଜୋରରେ ବିସ୍ଫୋରଣ ହୋଇଥିଲା ଏବଂ ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା। ସେହି ସମୟରେ, ନିକଟସ୍ଥ ଏକ କାରଖାନାରେ କାମ କରୁଥିବା ଜଣେ ଶ୍ରମିକ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଅଧ କିଲୋମିଟର ଦୂରରେ ଥିବା ଅନେକ ଘରର କାଚ ଝରକା ଭାଙ୍ଗି ଯାଇଛି।

ଘଟଣା ସ୍ଥଳରେ ଚିତ୍କାର ଏବଂ ପାଟିତୁଣ୍ଡ ହେଉଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆହତ ଏବଂ ମୃତ ଶ୍ରମିକଙ୍କ ଭୟଭୀତ ସମ୍ପର୍କୀୟମାନେ କାରଖାନା ପରିସର ବାହାରେ ଏକାଠି ହୋଇଥିଲେ। ଅନେକ ପରିବାର ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ କୌଣସି ସୂଚନା ପାଇନାହାଁନ୍ତି। କାରଖାନାରୁ ଭଗ୍ନାବଶେଷ ବାହାର କରାଯାଉଛି। ଉଦ୍ଧାରକାରୀ ଦଳ ଏବେ ବି କାରଖାନା ଭିତରେ ଅଛନ୍ତି।

Leave a Reply

Your email address will not be published. Required fields are marked *