NCERT ପାଠ୍ୟପୁସ୍ତକରେ ‘ଅଲଚିକି’ର ପ୍ରଚଳନ ଦାବି

ରାଜ୍ୟ
Spread the love

ନୂଆଦିଲ୍ଲୀ : ସାନ୍ତାଳୀ ଭାଷା ଶିକ୍ଷାରେ ‘ଅଲଚିକି’ ଲିପିର ସାର୍ବଜନୀନ ବ୍ୟବହାର ଏବଂ ସାନ୍ତାଳୀ ସଂସ୍କୃତିର ସଂରକ୍ଷଣ ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ନୂଆଦିଲ୍ଲୀର ପ୍ରତିନିଧିତ୍ୱ କରୁଥିବା ସାନ୍ତାଳୀ ମାସିକ ସମ୍ବାଦ ପତ୍ରିକା ‘ଫାଗୁନ୍’ର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
​ଏହି ସାକ୍ଷାତକାର ସମୟରେ ପ୍ରତିନିଧି ଦଳ NCERT ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରକାଶିତ ସାନ୍ତାଳୀ ପାଠ୍ୟପୁସ୍ତକଗୁଡ଼ିକରେ ‘ଅଲଚିକି’ ଲିପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସାନ୍ତାଳୀ ଶିକ୍ଷାଦାନ ସାମଗ୍ରୀରେ ‘ଦେବନାଗରୀ’ ଲିପିର କ୍ରମାଗତ ବ୍ୟବହାରକୁ ନେଇ ସେମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ପ୍ରତିନିଧି ଦଳ ଦର୍ଶାଇଛନ୍ତି ଯେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ଆବିଷ୍କୃତ ‘ଅଲଚିକି’ ହେଉଛି ସାନ୍ତାଳୀ ଭାଷାର ଏକମାତ୍ର ମୂଳ ଏବଂ ବୈଜ୍ଞାନିକ ଲିପି, ଯାହା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ସାନ୍ତାଳୀ ସଂପ୍ରଦାୟ ମଧ୍ୟରେ ବହୁଳ ଭାବରେ ଆଦୃତ।
ଚଳିତ ବର୍ଷ ନୂଆଦିଲ୍ଲୀରେ ‘ଓଲଚିକି’ ଲିପିର ଐତିହାସିକ ଶତବାର୍ଷିକୀ ସମାରୋହ (୧୯୨୫-୨୦୨୫) ବସଫଳତାର ସହ ସମ୍ପନ୍ନ ହେବା ପରେ ରାଷ୍ଟ୍ରପତିଙ୍କ ସହ ଏହି ପ୍ରତିନିଧି ଦଳର ଏହା ପ୍ରଥମ ସାକ୍ଷାତ ଥିଲା। ଜାତୀୟ ସ୍ତରରେ ସାନ୍ତାଳୀ ଭାଷାର ପ୍ରସାର ଦିଗରେ ମାନ୍ୟବର ରାଷ୍ଟ୍ରପତିଙ୍କ ନିରନ୍ତର ସହଯୋଗ ପାଇଁ ପ୍ରତିନିଧି ଦଳ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଶେଷ କରି ଆଗାମୀ ୨୦୨୬-୨୦୨୭ ଶିକ୍ଷାବର୍ଷରୁ CBSE ପାଠ୍ୟକ୍ରମରେ ସାନ୍ତାଳୀ ଭାଷାକୁ ସାମିଲ କରାଯିବା ନିଷ୍ପତ୍ତିକୁ ଏହି
​ଏହି ସାକ୍ଷାତକାର କାଳରେ ‘ଫାଗୁନ୍’ ପତ୍ରିକାର ସଦସ୍ୟା ସୁଲୋଚନା ହାଁସଦା ସାନ୍ତାଳୀ ସଂସ୍କୃତି ଓ ପରିଚୟର ପ୍ରତୀକ ସ୍ୱରୂପ ଏକ ପାରମ୍ପରିକ ‘ସାନ୍ତାଳୀ ଝାଲ୍ ଶାଢ଼ି’ ରାଷ୍ଟ୍ରପତିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ମଧ୍ୟ ସାନ୍ତାଳୀ ଭାଷା, ସାହିତ୍ୟ ଓ ଓଲ୍ ଚିକି ଲିପିର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ନିଜର ସାଂସ୍କୃତିକ ଜେରକୁ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ​ଏହା ବ୍ୟତୀତ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ସାନ୍ତାଳୀ ସଂପ୍ରଦାୟର ପରମ୍ପରା, ରୀତିନୀତି ଏବଂ ସାଂସ୍କୃତିକ ପରିଚୟର ପ୍ରସାର ପାଇଁ ଏକ ‘ଜାହେର ଗାଡ଼’ ପ୍ରତିଷ୍ଠା କରିବା ପ୍ରସ୍ତାବ ଉପରେ ମଧ୍ୟ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *