ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ !!

ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ, ୭/୧୨: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪)। ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଶନିବାର ଫୁଲବାଣୀ ଟାଉନ ଥାନାରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ ୭/୧୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀମାନେ ବୋର୍ଡ ୱେବସାଇଟ୍‌ରେ ଅନଲାଇନ ଦ୍ବାରା ଫର୍ମପୂରଣ କରିପାରିବେ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ରହିଥିବାବେଳେ ଜାନୁଆରୀ ୧୦ ତାରିଖରେ ଆଡମିଟ୍‌ କାର୍ଡ ପ୍ରଦାନ କରାଯିବ। ତେବେ ଏହି ପରୀକ୍ଷା ମୋଟ ଦୁଇଟି ସିଟିଂରେ ହେବ। ପୂର୍ବାହ୍ଣ ୯ଟାରୁ ୧୧ଟା […]

ସଂପୂର୍ଣ୍ଣ ପଢନ୍ତୁ

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି, ୭/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା ଘଟିଛି। ନଦୀକୁ ଗାଧୋଇବାକୁ ଯାଇ ଦୁଇ ଜଣ ସାଙ୍ଗ ବୁଡିଯାଇଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଧୋଇବାବେଳେ ପ୍ରଥମେ ଜଣେ ସାଙ୍ଗ ବୁଡିଯାଉଥିବାବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୭/୧୨: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ପୁରୀ, ୭/୧୨: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି କରିଛନ୍ତି ପୁରୀ ସହରବାସୀ।ରବିବାର ପୁରୀ ସହରର ଶତାଧିକ ବାସିନ୍ଦା ଏଭଳି ଦାବି କରି ଧାରଣା ଦେଇଥିଲେ। ସେମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦୀପ ଜାଳି ଧାରଣାରେ ବସିଥିଲେ। ବହୁ ସଂଖ୍ୟାରେ ମହିଳା ଓ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଚରଣ ମହାନ୍ତିଙ୍କ ପରଲୋକ

ଝଙ୍କଡ଼, ୬/୧୨: କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ସାରଦା ଚରଣ ମହାନ୍ତିଙ୍କ ଗତକାଲି ସକାଳ ଘଟିକା ୦୬.୫୩ ମିନିଟ୍ ସମୟରେ ନିଜର ପୈତୃକ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବାବେଳେ ସେ କିଛିଦିନ ହେବ ମତିଷ୍କାଘାତ ରୋଗରେ ପୀଡିତ ଥିଲେ। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ମୃତ୍ୟ ଶଯ୍ୟା ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ସମାଜର ମୁଖ୍ୟ କର୍ତ୍ତୃପକ୍ଷଙ୍କୁ ଭେଟିଲେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ

କଟକ, ୫/୧୨: ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସର୍ବନିମ୍ନ ପେନସନ ୧ହଜାର ଟଙ୍କାରୁ ୯ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆସୋସିସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଦୀର୍ଘ ବର୍ଷ ହେବ ଦାବୀ କରାଯାଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଦାବୀ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ ପକ୍ଷରୁ ସମାଜ ଅଫିସ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାତ ଭୁଶୁଡି ୪ ଜଣ ଗୁରୁତ

ନୟାଗଡ଼, ୬/୧୨ : ଜିଲ୍ଲା ଅନ୍ତର୍ଗତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଭୁଷୁଡ଼ି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି l ପ୍ରକାଶ ଥାଉକି ଗଣିଆ ବ୍ଲକଟି ଏକ ଅନୁନ୍ନତ ଅଞ୍ଚଳ ହେତୁ ଏଠରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବହୁ ସମସ୍ୟା ଦେଖା ଦେଉଥିଲା l ବିଶେଷ କରି ଶିଶୁ ଓ ମହିଳା ମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ରାଜ୍ୟ ସରକାର ଏଥିପାଇଁ ତିରିଶ ଶଯ୍ୟା ଡାକ୍ତର ଖାନା ନିର୍ମାଣ […]

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ, ୬/୧୨ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ଣ୍ଣା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇନ୍ତି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ […]

ସଂପୂର୍ଣ୍ଣ ପଢନ୍ତୁ