୪୫୭୩ କୋଟିର ୨୩ ପ୍ରକଳ୍ପ ମଞ୍ଜୁର; ନୂଆପଡ଼ାରେ ଖାଇବା ତେଲ କାରଖାନା

ଭୁବନେଶ୍ବର: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌ ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍‌ ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର ସ୍ଥାପନ କରିବ। ଗତବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡ଼ାରେ କମ୍ପାନି କାର୍ଯ୍ୟାଳୟ ପରିଦର୍ଶନ କରି ଓଡ଼ିଶାରେ ଏକ କ୍ୟାମ୍ପସ ସ୍ଥାପନ କରିବାକୁ ଏଚ୍‌ସିଏଲ୍‌କୁ କହିଥିଲେ। ଆଜି ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏଚ୍‌ସିଏଲ୍‌ର ପ୍ରକଳ୍ପ ସମେତ ୪୫୭୩.୮୭ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ହୀରାକୁଦ ବନ୍ଧର ୧୦ ଫାଟକ ଖୋଲିଲା

ସମ୍ବଲପୁର: ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ଆଉ ୬ଟି ଗେଟ୍ ଖୋଲାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍ (ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୩ଟି) ଦେଇ ବନ୍ୟାପାଣି ମହାନଦୀକୁ ନିଷ୍କାସିତ ହେଉଛି।ଏହି ସମୟରେ ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୪୭ ହଜାର ୫୪୬ କ୍ୟୁସେକ୍ ପାଣି ପ୍ରବେଶ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରହ୍ମ ଜଗନ୍ନାଥ ପୀଠରେ “ସରିତା ସାହିତ୍ୟ ସଂସଦ” ଆନୁକୂଲ୍ୟରେ କବିତା ଆସର

ଝଙ୍କଡ : ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡାର ବ୍ରହ୍ମ ଜଗନ୍ନାଥ କ୍ଷେତ୍ର ଅଧିନସ୍ତ ମାଉସୀ ମାଆ ମନ୍ଦିର ପରିସରରେ, ସରିତା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ନୃତ୍ୟ, ସଂଗୀତ ଓ କବିତା ଆସର | ପୂର୍ବାହ୍ନ ୧୧ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମଧ୍ୟାନ୍ନ ପର୍ଯ୍ୟନ୍ତ ଚାଲିଥିବା ବେଳେ, ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ, ଝଙ୍କଡବାସିନୀ ମା’ଶାରଳାଙ୍କ ବଡ଼ପଣ୍ଡା ରଞ୍ଜନ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାପୀଠକୁ ଯିବାବେଳେ ତେନ୍ତୁଳିପଦା ରେ ରାସ୍ତାଉପରେ ପାଣିର ସୁଅ : ତିନିଥର ମରାମତି ପରେବି ସୁଧୁରୁନି ରାସ୍ତାର ଦୁରାବସ୍ଥା

ଝଙ୍କଡ଼  :  କଟକ – ପାରାଦ୍ୱୀପ ରାସ୍ତାର ସାରଳାରୋଡ଼, ଦୋ ସଡିକି ଛକ ରୁ ସାରଳାପୀଠ କୁ ଯିବାର ମୁଖ୍ୟ ସଂଯୋଗକାରି ରାସ୍ତା ଟି ତେନ୍ତୁଳିପଦା ଗ୍ରାମଦେଇ ଯାଇଅଛି l ଏହି ତେନ୍ତୁଳିପଦା ଗ୍ରାମର ଶାରଦା ଚରଣ ପରିଜା ଙ୍କ ଘର ସମ୍ମୁଖରେ ଅସରାଏ ବର୍ଷା ହେଲାମାତ୍ରେ ହାତେପାଣିର ସୁଅ ଛୁଟୁଛି l ଗାଆଁ ର ଶେଷମୁଣ୍ଡରେ, କଂକ୍ରିଟରାସ୍ତା ସହିତ ପିଚୁରାସ୍ତା ମିଶିଥିବା ସ୍ଥାନରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଥିବା ବେଳେ, ଓ ବିଭିନ୍ନ ଗଣମାଧ୍ୟମ ରେ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀର ଶିକ୍ଷୟତ୍ରୀ ଅପର୍ଣ୍ଣା ପଣ୍ଡାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର ପୂର୍ବତନ ସଂସ୍କୃତଶିକ୍ଷକ ତଥା ବାଗ୍ମୀ ପଣ୍ଡିତ ବୈଷ୍ଣବ ଚରଣ ପଣ୍ଡା ଙ୍କ କନ୍ୟା ତଥା ସମ୍ପ୍ରତି ମା ସାରଳା ଠାକୁରାଣୀ ଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ଭଉଣୀ ଦୀର୍ଘବର୍ଷବର୍ଷ ଧରି ସାରଦା ଏକାଡେମୀ ରେ ଜଣେ ନୀତିବାନ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ସ୍ୱୟଂ ପ୍ରତିଷ୍ଠା ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଆସିଥିଲେ l ମାତ୍ର କର୍କଟରୋଗରେ ଆକ୍ରାନ୍ତ ହୋଇ କିଛିମାସ ହେଲା […]

ସଂପୂର୍ଣ୍ଣ ପଢନ୍ତୁ
Accident 1

କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ଭୁବନେଶ୍ବର: ଆଜି ସକାଳେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ଜଣାଯାଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର କୁସୁନପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାସ୍ତାରେ ଯାଉଥିବା ଏକ ଟ୍ରକ୍‌କୁ ପଛପଟୁ ଏକ ଦ୍ରୁତଗାମୀ କଣ୍ଟେନର ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ କଣ୍ଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆର୍ତ୍ତନାଦ […]

ସଂପୂର୍ଣ୍ଣ ପଢନ୍ତୁ

ନେମାଳର ଅଧିରାନନ୍ଦ ଗୋସ୍ୱାମୀଙ୍କ ପରଲୋକ: ଶୋକାକୁଳ ପରିବେଶରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ

ନିଶ୍ଚିତକୋଇଲି : କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପରିବାରର ସଦସ୍ୟ ଅଧିରାନନ୍ଦ ଗୋସ୍ୱାମୀଙ୍କର ଗତ ଶୁକ୍ରବାର (୧୦/୦୭/୨୦୨୬) ଦେହାନ୍ତ ହୋଇଯାଇଛି। ସେ ସାମ୍ବାଦିକା ସୁଜାତା ଗୋସ୍ୱାମୀଙ୍କର ଦେଢ଼ଶୁର ଅଟନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ଗୋସ୍ୱାମୀଙ୍କ ଦୁଇ ପୁଅ ମିଲୁ ଓ ଦିଲୁ, ଝିଅ ଝିଲି, ଜୋଇଁ ବୁଲୁ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ସାହିତ୍ୟସଭାରେ ଅତିଥି ହେଉଥିଲା, ଜମି ଦେଖାଇ ୮କୋଟି ଟଙ୍କା ଚୂନ ଲଗାଇଥିଲା

କଟକ: ବିଭିନ୍ନ ସାହିତ୍ୟ ସଭାରେ ଅତିଥି ହେଉଥିଲା। ସାହିତ୍ୟ, ଶିକ୍ଷା ସମ୍ପର୍କରେ ସୁନ୍ଦର ଭାଷଣ ଦେଉଥିଲା। ନିଜର ପରିଚୟ ବିଇଓ ବୋଲି ଦେଉଥିଲା। ଜମି, ଚାକିରି ଦେବି ବୋଲି କହି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୮ କୋଟି ଟଙ୍କା ଚୂନ ଲଗାଇଥିଲ। କେବଳ ଏହାନୁହେଁ ଅତି ଚତୁରତାର ସହକାରେ ପୁଲିସ ଆଖିରେ ଧୂଳି ଦେଇ ଖସିବୁଲୁଥିଲା। ଏଭଳି ଜଣେ ଠକକୁ ଆଜି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଗିରଫ କରିଛି। ଗିରଫ ପରେ ସେ କରିଥିବା ଠକାମୀର […]

ସଂପୂର୍ଣ୍ଣ ପଢନ୍ତୁ

ଜଗଜ୍ଜନନୀ ଶ୍ରୀଶ୍ରୀ ବଡମାଙ୍କ ୧୩୩ତମ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ତାରତୋଲ ଠାରେ ଥିବା ଅନନ୍ତ ବାସୁଦେବ ପୀଠରେ ତାରତୋଲ ଉପ ଯୋଜନା କେନ୍ଦ୍ର ଆଞ୍ଚଳିକ ସାପ୍ତାହିକ ସତସଙ୍ଗପରିକ୍ରମା ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଙ୍କ ଲୀଳା ସଙ୍ଗିନୀ ଜଗଜ୍ଜନନୀ ଶ୍ରୀଶ୍ରୀ ବଡମା ଙ୍କ ୧୩୩ତମ ଜନ୍ମଦିନଉପଲକ୍ଷେ ବିଶେଷ ସତସଙ୍ଗ ଆସନ୍ତା ଅଗଷ୍ଟ ୧୫ତାରିଖ ରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ସାରା ଦିବାସ ବ୍ୟାପି ପାଳିତ ହେବ ବୋଲି ବରିଷ୍ଟ ରିତ୍ଵିକ ରତ୍ନାକର ନାୟକ ଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠ ଗୁରୁଚରଣ ଜେନାଙ୍କ ବିୟୋଗରେ ବିଭିନ୍ନମହଲରେ ଶୋକ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖସ୍ଥ କନକପୁର ସ୍ଥିତ ବାସଭବନ ରେ ଗତ ରବିବାରଦିନ ବ୍ରାହ୍ମ୍ୟମୁହୂର୍ତ୍ତ ରେ ମା ସାରଳା ଙ୍କ ଭକ୍ତ ତଥା ପୂର୍ବତନମନ୍ତ୍ରୀ ସ୍ବର୍ଗତ ପ୍ରତାପଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠସହଯୋଗୀ ଗୁରୁଚରଣ ଜେନା (81) ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ଦୀର୍ଘବର୍ଷ ଧରି ସାରଳାଦାସ ଶ୍ରାଦ୍ଧଉତ୍ସବ କମିଟି ର ସାଧାରଣସମ୍ପାଦକ ଭାବରେ, ସାରଳାପୀଠରେ ସାରଳାଦାସ ଙ୍କ ଶ୍ରାଦ୍ଧଉତ୍ସବ ପାଳନର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ l ତାଙ୍କର ପରଲୋକ […]

ସଂପୂର୍ଣ୍ଣ ପଢନ୍ତୁ