ସାରଳାପୀଠକୁ ଯିବାବେଳେ ତେନ୍ତୁଳିପଦା ରେ ରାସ୍ତାଉପରେ ପାଣିର ସୁଅ : ତିନିଥର ମରାମତି ପରେବି ସୁଧୁରୁନି ରାସ୍ତାର ଦୁରାବସ୍ଥା

ରାଜ୍ୟ
Spread the love

ଝଙ୍କଡ଼  :  କଟକ – ପାରାଦ୍ୱୀପ ରାସ୍ତାର ସାରଳାରୋଡ଼, ଦୋ ସଡିକି ଛକ ରୁ ସାରଳାପୀଠ କୁ ଯିବାର ମୁଖ୍ୟ ସଂଯୋଗକାରି ରାସ୍ତା ଟି ତେନ୍ତୁଳିପଦା ଗ୍ରାମଦେଇ ଯାଇଅଛି l ଏହି ତେନ୍ତୁଳିପଦା ଗ୍ରାମର ଶାରଦା ଚରଣ ପରିଜା ଙ୍କ ଘର ସମ୍ମୁଖରେ ଅସରାଏ ବର୍ଷା ହେଲାମାତ୍ରେ ହାତେପାଣିର ସୁଅ ଛୁଟୁଛି l ଗାଆଁ ର ଶେଷମୁଣ୍ଡରେ, କଂକ୍ରିଟରାସ୍ତା ସହିତ ପିଚୁରାସ୍ତା ମିଶିଥିବା ସ୍ଥାନରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଥିବା ବେଳେ, ଓ ବିଭିନ୍ନ ଗଣମାଧ୍ୟମ ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଦୁଇବର୍ଷ ରେ ତିନିଥର ନାଁ କୁ ମାତ୍ର ମରାମତି କରାଯାଉଥିବାରୁ, ମାସେ ପନ୍ଦର ଦିନପରେ, ଯଥା ପୂର୍ବ ତଥା ପର ଅବସ୍ଥା ଦେଖିବାକୁ ମିଳୁଛି l

ତେବେ ଗାଁ ମଝିରେ ଯେଉଁଠି ପାଣିର ସୁଅ ଛୁଟୁଛି ସେଠାରେ ମଧ୍ୟ କଂକ୍ରିଟ ରାସ୍ତାକୁ ଉଚ୍ଚ କରିବାର ଆବଶ୍ୟକତା ରହିଛି l ଦୁଃଖର କଥା ଏହି ରାସ୍ତାଦେଇ ପ୍ରତିଦିନ ଜିଲ୍ଲାପ୍ରଶାସନ ଓ ତିର୍ତ୍ତୋଲ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଯାତାୟତ କରୁଥିବା ବେଳେ, କେଜାଣି କାହିଁକି, ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ, ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବିଶେଷକରି ପ୍ରତିଦିନ ଶହଶହ ସଂଖ୍ୟାରେ ଯାନବାହାନ, ଟୁରିଷ୍ଟବସ ରେ ହଜାର ହଜାର ଯାତ୍ରୀ ଯାତାୟତ କଲାବେଳେ, ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅପର ପକ୍ଷରେ ରାସ୍ତାଉପରେ କେତେକ ସ୍ଥାୟୀ ପ୍ରାଚୀର, ଘରଦ୍ୱାର, ପିଣ୍ଡା ନିର୍ମାଣ କରିବାସହିତ ଆଉ କେତେକ ବାଡ଼ ବୁଜିବୁଜି ରାସ୍ତାର ଉଭୟପାର୍ଶ୍ଵକୁ ଶଙ୍କୁଚିତ କରିଚାଲିଛନ୍ତି l ଯାହା ଫଳରେ ଯାନିଯାତ୍ରା ଓ ପର୍ବପର୍ବାଣୀ ଦିନମାନଙ୍କରେ ଯାନବାହାନ ଗୁଡିକ ପାସ କରିନପାରି ଘଣ୍ଟାଘଣ୍ଟା ଧରି ରାସ୍ତା ଜାମହେଉଛି l

ସୂଚନାଯୋଗ୍ୟ ରାଜ୍ୟସରକାର ଙ୍କ ତରଫରୁ ବୟାଳିଶି କୋଟିଟଙ୍କା ର ଆର୍ଥିକ ଅନୁଦାନ ରେ ସାରଳାପୀଠର ନବୀକରଣ କାର୍ଯ୍ୟର ମାଷ୍ଟରପ୍ଲାନ ନକ୍ସା ରେ ସଂଯୋଗୀକରଣ ରାସ୍ତାଗୁଡିକ ର ସମ୍ପ୍ରସାରଣ ଓ ସେଥିପାଇଁ ଆବଶ୍ୟକୀୟ ଜମିଅଧିଗ୍ରହଣ ନିମନ୍ତେ ଯୋଜନା କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିବାରୁ, ଏପରି ଅସ୍ୱାଭାବିକ ପରିସ୍ଥିତି ଲାଗିରହିଛି l ତେଣୁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଏସବୁ ର ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *