୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ଼, କୋରାପୁଟ, ବାରିପଦା ଏବଂ ବଲାଙ୍ଗୀର ମେଡିକାଲ କଲେଜ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମାଗାର ନିର୍ମାଣ କରାଯିବ। ଏଠାରେ ରୋଗୀଙ୍କ ସହ ଆସୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଏଥିସହିତ କଟକ ଏସସିବି […]

ସଂପୂର୍ଣ୍ଣ ପଢନ୍ତୁ

ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪/୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଦେଖା ଦେଇଥିବାବେଳେ ଚର୍ଚ୍ଚଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଲୋକମାଳା ସହ କ୍ରିସ୍‌ମସ୍‌ ଟ୍ରିରେ ସଜେଇ ହୋଇଛି ଚର୍ଚ୍ଚ । ଏଥିସହ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚର୍ଚ୍ଚଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଖ୍ରୀଷ୍ଟମାସ୍‌ ଏବଂ ନୂଆବର୍ଷ ପାଇଁ ଟ୍ବିନ୍‌ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ସମ୍ବଲପୁର,୨୪/୧୨ : ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ବଲପୁର ଚାରଭାଟିରେ ଥିବା ଘର, ଅଫିସ, ବରଗଡ଼ରେ ନିଜର ଏକ ଦୁଇ ମହଲା ଘର ଓ ପୈତୃକ ଘର ଆଦି ୪ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ଚଢ଼ାଉ ଜାରି ରଖିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

କୋଟିଆ ପସିଲେ ବନ୍ଧାହେବେ

ଭୁବନେଶ୍ୱର,୨୪/୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ ବନ୍ଧା ହେବେ । ଏପରି ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । କୋଟିଆକୁ ଆନ୍ଧ୍ରର ଅବାଧ ପ୍ରବେଶ ହେଉଥିବା ବେଳେ ଆଜି ଏପରି ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ । […]

ସଂପୂର୍ଣ୍ଣ ପଢନ୍ତୁ

ଚାନ୍ଦବାଲି ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

ଚାନ୍ଦବାଲି, ୨୪/୧୨: ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ ଦୋଷୀକୁ କୋଠର ରୁ ଅତି କୋଠର ଦଣ୍ତବିଧାନ କରାଯିବ। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ଗାଡି କଗଜପତ୍ର ପାଇଁ ମାସେ ସମୟ-ମନ୍ତ୍ରୀ

ଭୁବନେଶ୍ୱର, ୨୪/୧୨: ଗାଡିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି ବଢିଛି । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଏହି ଅବଧି ମଧ୍ୟରେ ଆରସି, ଫିଟନେସ୍‌, ପିୟୁସି, ବୀମା ଆଦି କରାଇ ପାରିବେ । ଜାନୁଆରୀ ୧ପରିବର୍ତ୍ତେ ଫେବୃଆରୀ ପହିଲାରୁ କଡାକଡି ଗାଡି ଯାଞ୍ଚ ହେବ । ପୂର୍ବରୁ ଜାନୁଆରୀ ୧ରୁ ପିୟୁସି ନଥିଲେ ପେଟ୍ରୋଲ ମିଳିବନି ଓ କଡାକଡି ଯାଞ୍ଚ ହେବ ବୋଲି କୁହାଯାଇଛି । ଫେବୃଆରୀରୁ […]

ସଂପୂର୍ଣ୍ଣ ପଢନ୍ତୁ

ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ, ୨୪/୧୨ : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ​‌ଲୋକେ। ପୀଡିତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି। ସେପଟେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ

ମାରଓ୍ବାଡ୍‌ ମହୋତ୍ସବ : ଯୋଗଦେଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସମ୍ବଲପୁର, ୨୪/୧୨ : ସମ୍ବଲପୁରରେ ମାରଓ୍ବାଡ ମହୋତ୍ସବର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖରେ ଯୋଗଦେଇଛନ୍ତି। ମାରୱାଡ଼ି ଯୁବ ମଞ୍ଚ ଖେତରାଜପୁର ଶାଖା ଦ୍ୱାରା ରାଜସ୍ଥାନ ଫାଉଣ୍ଡେସନ୍, ଓଡ଼ିଶା ସହଯୋଗରେ ଆୟୋଜିତ ଏହି ମହୋତ୍ସବ ଭାରତର ସାଂସ୍କୃତିକ ସାରକୁ ପ୍ରଦର୍ଶନ କରିଥିଲା । ​​ଯେଉଁଠାରେ ରାଜସ୍ଥାନର ରାଜକୀୟ ଐତିହ୍ୟ ଏବଂ ହରିୟାଣାର ଲୋକ ପରମ୍ପରା ଓଡ଼ିଶାର […]

ସଂପୂର୍ଣ୍ଣ ପଢନ୍ତୁ

ରାଜା ଚକ୍ରର ରେଞ୍ଜ ରୋଭର୍ ଜବତ

ଭୁବନେଶ୍ୱର, ୨୪/୧୨: ବିଜେଡି ନେତା ରାଜା ଚକ୍ରଙ୍କର ରେଞ୍ଜ ରୋଭର୍ ଗାଡି ଜବତ ହୋଇଛି । ରେଞ୍ଜ ରୋଭର୍ ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ ଗାଡି । ଦୀର୍ଘ ୧୦ ମାସ ପରେ ଏହି ଦାମୀ ଗାଡି ଜବତ ହୋଇଛି ।

ସଂପୂର୍ଣ୍ଣ ପଢନ୍ତୁ

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩/୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ ୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲ୍ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପରିବହନ ହବ୍ ଭାବେ ଉଭା ହେବ।ଏଠାରେ ବିଶ୍ରାମ ଗୃହ, ପରିଷ୍କାର ଶୌଚାଳୟ, […]

ସଂପୂର୍ଣ୍ଣ ପଢନ୍ତୁ