ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ସମାଜର ମୁଖ୍ୟ କର୍ତ୍ତୃପକ୍ଷଙ୍କୁ ଭେଟିଲେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ

କଟକ, ୫/୧୨: ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସର୍ବନିମ୍ନ ପେନସନ ୧ହଜାର ଟଙ୍କାରୁ ୯ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆସୋସିସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଦୀର୍ଘ ବର୍ଷ ହେବ ଦାବୀ କରାଯାଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଦାବୀ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ ପକ୍ଷରୁ ସମାଜ ଅଫିସ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାତ ଭୁଶୁଡି ୪ ଜଣ ଗୁରୁତ

ନୟାଗଡ଼, ୬/୧୨ : ଜିଲ୍ଲା ଅନ୍ତର୍ଗତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଭୁଷୁଡ଼ି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି l ପ୍ରକାଶ ଥାଉକି ଗଣିଆ ବ୍ଲକଟି ଏକ ଅନୁନ୍ନତ ଅଞ୍ଚଳ ହେତୁ ଏଠରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବହୁ ସମସ୍ୟା ଦେଖା ଦେଉଥିଲା l ବିଶେଷ କରି ଶିଶୁ ଓ ମହିଳା ମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ରାଜ୍ୟ ସରକାର ଏଥିପାଇଁ ତିରିଶ ଶଯ୍ୟା ଡାକ୍ତର ଖାନା ନିର୍ମାଣ […]

ସଂପୂର୍ଣ୍ଣ ପଢନ୍ତୁ

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଗିରଫ

ଭୁବନେଶ୍ୱର, ୬/୧୨: ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ସୂଚନା ଅନୁସାରେ ବନ୍ଧୁକ ମାଫିଆ ଦୁଇଜଣ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଖଣ୍ଡଗିରିରୁ […]

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ, ୬/୧୨ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ଣ୍ଣା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇନ୍ତି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର, ୬/୧୨: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ଭଣ୍ଡାରିପୋଖରୀର ସୁମତି ସେଠୀ ଏବଂ ଭଦ୍ରକର ଉର୍ମିଲା ନାୟକ , ୭ ସମିତି ସଭ୍ୟଙ୍କ ସମେତ ୧୫ରୁ ଅଧିକ ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ବିଜେପିରୁ ମିଶିଛନ୍ତି। ଭଦ୍ରକ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ, ୬/୧୨: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଶନିବାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଘଟଣାର ବିବରଣୀରୁ ପ୍ରକାଶ, ୨୦୨୨ ଫେବୃୟାରୀ ୨୨ ତାରିଖ ଦିନ ମଙ୍ଗୁଳି ନାଏକଙ୍କୁ ପାରିବାରିକ କଳହ କାରଣରୁ ତାଙ୍କ ପତ୍ନୀ ରୀନା ନାଏକ ଏକ ଛୁରୀରେ ଗଳା କାଟି ହତ୍ୟା କରିଥିଲେ। ଏ ସମ୍ପର୍କରେ ସେହିଦିନ ମୃତ ମଙ୍ଗୁଳିଙ୍କ ପ୍ରଥମ ପତ୍ନୀ ମାମି ନାଏକ ଆଠଗଡ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର, ୬/୧୨: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ସମ୍ୱଲପୁରୀ ସିନେମା ‘ସୁଟ ଆଉଟ ଇନ ସୋନପୁର’ର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ପ୍ରଯୋଜକ ଡଃ ପ୍ରଭାସ ରଞ୍ଜନ ବାବୁ ଏହା ଜରିଆରେ ସିନେମା ଜଗତରେ ପାଦ ରଖିଛନ୍ତି। ଯୁବ ତଥା ପ୍ରତିଷ୍ଠିତ ନିର୍ଦ୍ଦେଶକ ଡି ଚନ୍ଦନକୁମାରଙ୍କ ନିର୍ଦ୍ଦେଶନାରେ ଏହି ସିନେମାରେ ନାୟକ ଭୂମିକାରେ ଅଭିନେତା ରାକେଶ ଦେଓ, ଖଳନାୟକ ଭୂମିକାରେ ଅଭିନୟ କରିବେ ପ୍ରମୋଦ […]

ସଂପୂର୍ଣ୍ଣ ପଢନ୍ତୁ

ବିଶିଷ୍ଟ ପାଲା ଗାୟକଙ୍କ ପରଲୋକ

କଟକ ,୫/୧୨: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ଅଞ୍ଚଳ ର ବେଶ୍ ପରିଚିତ ତଥା ଆମ ଗହଣରେ ଆଉ ନାହାନ୍ତି ବିଶିଷ୍ଟ ପାଲାଗାୟକ ତଥା ବ୍ରହ୍ମପୁର ପଂଚାୟତ ର ମୁରବି ଏବଂ ମିଷ୍ଟଭାଷୀ ସ୍ନେହି ତଥା ପରୋପକାରୀ ମାଧବ ଚନ୍ଦ୍ର ରଥ । ସେ କିଛିଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିବାବେଳେ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ସ୍ୱର୍ଗା ଆହରଣ କରିଥିଲେ। ତାଙ୍କ ଅନ୍ତିମ ସମୟରେ ପୁତ୍ର ମନୋଜ, ସରୋଜ, ମାନସ, […]

ସଂପୂର୍ଣ୍ଣ ପଢନ୍ତୁ

ଗଞ୍ଜେଇ ହେରଫେର ମାମଲାରେ ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫/୧୨: କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ ଗୁରୁତର ଅଭିଯୋଗ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଧୀନରେ କାର୍ଯ୍ୟ କରିବେ।ନିକଟରେ ସତୀଶ ଇନ୍ସପେକ୍ଟରରୁ ଡିଏସ୍‌ପି ପଦବୀକୁ ପଦୋନ୍ନତି ପାଇଥିଲେ। ମିଳିଥିବା ସୂଚନା ଅନୁସାରେ ସଦର ଥାନା ପୋଲିସ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ସେଥିରୁ ୨ କୁଇଣ୍ଟାଲର ହିସାବ ମିଳୁନାହିଁ । ସତୀଶ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଥମରୁ ଦ୍ୱାଦଶ ଯାଏଁ ବଦଳିବ ପାଠ୍ୟ ପୁସ୍ତକ

ଭୁବନେଶ୍ୱର,୫/୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ […]

ସଂପୂର୍ଣ୍ଣ ପଢନ୍ତୁ