ବାର୍‌ ଓ ପବ୍‌ରେ ଅବକାରୀ ବିଭାଗର ଧରପଗଡ

ଭୁବନେଶ୍ଵର, ୨/୧୨: ଆଉ ଦିନ କେଇଟା ପରେ ଆସୁଛି ବଡଦିନ ଏବଂ ନୂଆବର୍ଷ। ତେଣୁ ଏବେ ଠାରୁ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ଦେଖାଇଛି। ବଡଦିନ ଏବଂ ନୂତନ ବର୍ଷ ବଡ ଧୂମଧାମ ସହକାରେ ପାଳନ କରିବା ଲାଗି ଯୁବପିଢ଼ିମାନେ ବାର୍‌ ଏବଂ ପବ୍ ଗୁଡିକରେ ବେଶ୍ ଭିଡ ଜମାଇଥାନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀରେ ଥିବା ବିଭିନ୍ନ ବାର ଓ ପବ୍ ରେ ଧରପଗଡ ଆରମ୍ଭ ହୋଇଛି । ବାର ଏବଂ ପବ୍ ଗୁଡିକୁ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ୬୮୦ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର, ୨/୧୨: ବହୁ ଚର୍ଚ୍ଚିତ ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ହତ୍ୟାମାମଲାରେ କମିଶନରେଟ୍‌ ପୁଲିସ ଚାର୍ଜ ସିଟ୍‌ ଦାଖଲ କରିଛି । ଏହି ମାମଲାରେ ମୋଟ୍‌ ୬୮୦ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏଥିରେ ଦୀପକ ସହ ବିନୋଦ, ଜଟି ଓ ଶମ୍ଭୁ ମହନ୍ତଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି । ଏଥିରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପୁଲିସ ଏହି ମାମଲାରେ ବିଏନ୍‌ଏସ୍‌ ୧୦୨(୧),୨୩୮, ୬୧-୨ ଧାରା ଲଗାଇଥିବା ସୂଚନା ମିଳିଛି ।ଶୁଭମିତ୍ରାଙ୍କୁ ପୁଲିସ କମିଶନରେଟ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

ଶିଳ୍ପାନୁଷ୍ଠାନ ଉପରେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ: ମାମଲା ହେବନି, ସିଧା ଜୋରିମାନା

ଭୁବନେଶ୍ବର, ୨/୧୨: ରାଜ୍ୟରେ ଶିଳ୍ପ ନିବେଶକୁ ଆକର୍ଷିତ କରି ବ୍ୟବସାୟ କରିବାର ସୁଗମତା ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୋମବାର ବିଧାନସଭାରେ ରାଜ୍ୟ ସରକାର ଜଳ ପ୍ରଦୂଷଣ ଓ ନିବାରଣ ଆଇନ-୨୦୨୪ ସଂଶୋଧନ ସଂକଳ୍ପ ପାରିତ କରାଇଛନ୍ତି। ସଂକଳ୍ପ ପାରିତ ହେବା ପ‌େ‌ର ସଂଶୋଧିତ ଆଇନ ଅନୁସାରେ ଏଣିକି ଜଳ ପ୍ରଦୂଷଣ କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକ ନାମରେ ମାମଲା ରୁଜୁ କରିବା ପରିବର୍ତ୍ତେ ୧୦ହଜାରରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ। ମାମଲା ରୁଜୁ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭାରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର ୨/୧୨: ବିଧାନସଭାରେ ଆଜି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍‌ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ସ୍କାମ୍ ମାମ୍ଲାରେ ଅରବିନ୍ଦ ଦାସକୁ ମାରାଥନ୍‌ ଜେରା

ଭୁବନେଶ୍ବର, ୨/୧୨:ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ସିବିଆଇ ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ମାରାଥନ୍ ଜେରା କରୁଛି। ଜେରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି। ରାଜ୍ୟ ବାହାରର ଲିଙ୍କ୍ ଖୋଜି ପାଇଛି ସିବିଆଇ।ସୂଚନା ମୂତାବକ ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି ଅନୁମତି ଦେଇଛନ୍ତି। ଆସନ୍ତା ୩ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ‌ସେ […]

ସଂପୂର୍ଣ୍ଣ ପଢନ୍ତୁ

୧୫ ମେଣ୍ଢାଙ୍କୁ ମାରିଖାଇଲା କଲରାପତରିଆ ବାଘ

ନୂଆପଡା, ୨/୧୨: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସର୍ଗୀମୁଣ୍ଡା ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ରାତିରେ ସର୍ଗିମୁଣ୍ଡା ଗାଁର ବେଦବର ମାଝୀଙ୍କ ଗୁହାଳରେ କଲରାପତରିଆ ବାଘ ପଶି ୧୫ଟି ମେଣ୍ଢାକୁ ଟାଣି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବରପାଇ ଆଜି ସକାଳୁ ଖଡ଼ିଆଳ ବନବିଭାଗର ରେଞ୍ଜର ଜୟଦେବ ମାଝିଙ୍କ ସମେତ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଞ୍ଚି ୧୫ଟି ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଛି । ବନବିଭାଗ ପକ୍ଷରୁ ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ଭଙ୍ଗା ହେବ ବିପଦସଙ୍କୁଳ ପୁରୁଣା କୋଠା

ଭୁବନେଶ୍ୱର, ୨/୧୨: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କଟକରେ ଥିବା ସମସ୍ତ ବିପଦ ଶଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଛି। ବର୍ତ୍ତମାନ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ […]

ସଂପୂର୍ଣ୍ଣ ପଢନ୍ତୁ

ଜଇନାବାଦ ତରାଦେଇ ମନ୍ଦିରରୁ ଚୋରି, ତିର୍ତ୍ତୋଲ ଅଞ୍ଚଳରେ ବଢ଼ିଚାଲିଛି ମନ୍ଦିର ଚୋରି : କାର୍ଯ୍ୟାନୁଷ୍ଠାନ ଶୂନ

ଝଙ୍କଡ଼, ୧/୧୨: ଗତ କୋଡିଏଦିନ ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳ ରେ କ୍ରମାଗତ ଭାବରେ ମନ୍ଦିରରୁ ଚୋରି ହୋଇଚାଲିଥିବା ବେଳେ ପୋଲିସ ପ୍ରଶାସନ ଏହି ଚୋରି ଘଟଣା ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ଓ ଚୋରିଜିନିଷ ଉଦ୍ଧାର କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ, ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗତ ରବିବାର ବିଳମ୍ବିତ ରାତିରେ, କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅଧିନ ଜଇନାବାଦ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ତରାଦେଇ ଙ୍କ ମନ୍ଦିରର କବାଟ ତାଲାଭାଙ୍ଗି, […]

ସଂପୂର୍ଣ୍ଣ ପଢନ୍ତୁ

ଶହେ ତମ ଜନ୍ମଦିନ ପୂର୍ବରୁ AIIMS-ଭୁବନେଶ୍ୱରକୁ ୩.୪ କୋଟି ଟଙ୍କା ଦାନ କଲେ ଡାକ୍ତର ଲକ୍ଷ୍ମୀ ବାଇ

ଭୁବନେଶ୍ୱର,୧/୧୨: ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି। ମହିଳାଙ୍କ କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି। ଏହି ଅନୁଦାନ AIIMS-ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ‘ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ପ୍ରୋଗ୍ରାମ୍’ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ରାଜ ଭବନ’ ର ନାମ ପରିବର୍ତ୍ତିତ ହୋଇ ହେଲା ‘ଲୋକ ଭବନ’

ଭୁବନେଶ୍ୱର, ୧/୧୨: ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ।ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ […]

ସଂପୂର୍ଣ୍ଣ ପଢନ୍ତୁ